Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଲା ବିଜେଡି

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଲା ବିଜେଡି। କଂଗ୍ରେସର ସଦସ୍ୟ ସଂଖ୍ୟ ଅଧିକ ଥାଇ ମଧ୍ୟ ବିଜେଡିର ବିଜୟ ବର୍ତ୍ତମାନ ରାୟଗଡ଼ାରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେଡିର ଗଙ୍ଗାଧର ପୁଆଲା ମୋଟ ୧୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।

କଂଗ୍ରେସର ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ପରେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେଡି ଦଳର ପ୍ରାର୍ଥୀ ଗଙ୍ଗାଧର ପୁଆଲା ମୋଟ ୧୩ ଖଣ୍ଡ ଭୋଟ ପାଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ସେହିପରି କଂଗ୍ରେସକୁ ୫ଖଣ୍ଡ ଭୋଟ ମିଳିଥିବା ବେଳେ ଗୋଟିଏ ଭୋଟ ନାକଚ ହୋଇଯାଇଛି। ବିଜେପି ଦଳ ପକ୍ଷରୁ ୪ଜଣ ନିର୍ବାଚିତ ସଦସ୍ୟ ଭୋଟଦାନ ପ୍ରକ୍ରିୟାରେ ସାମିଲ ନହେବା ପାଇଁ ହ୍ଵିପ୍ ଜାରି ହୋଇଥିଲା। ହେଲେ ଦୁଇ ଜଣ ସଦସ୍ୟ ପୁଷ୍ପାଞ୍ଜଳି ମୁଟିକା ଓ ନେତ୍ରାନନ୍ଦ କୌବର୍ତ୍ତ ଭୋଟଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

୨୧ଜଣ ସଭ୍ୟଙ୍କ ମଧ୍ୟରୁ ୨ଜଣ ବିଜେପି ସଦସ୍ୟ ଅନୁପସ୍ଥିତ ରହିଥିବା ବେଳେ କଂଗ୍ରେସ ସପକ୍ଷରେ ୫ଟି ଭୋଟ ଓ ଗୋଟିଏ ଭୋଟ ନାକଚ ହୋଇଯାଇଛି। ଫଳରେ ବିଜେଡି ପକ୍ଷରେ ୧୩ଟି ଭୋଟ ରହିଛି। ବିଜେଡିର  ୭ଜଣ ସଦସ୍ୟ ଥିବା ସତ୍ତ୍ଵେ ଅଧ୍ୟକ୍ଷ ପଦ ହାତେଇଛି ଦଳ। ସେପଟେ କଂଗ୍ରେସର ୧୦ ଜଣ ସଦସ୍ୟ ଥାଇ ମଧ୍ୟ ଦଳକୁ ମାତ୍ର ୫ଟି ଭୋଟ ମିଳିଛି।

କଂଗ୍ରେସ ଦଳର ସଂଖ୍ୟା ଅଧିକ ଥିବା ବେଳେ ବିଜେଡି ସପକ୍ଷରେ ୧୩ଟି ଭୋଟ ଗଲା କିପରି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। ବିଜେଡି ଦଳ ଟଙ୍କା ଦେଇ ଭୋଟ କିଣିଛି ବୋଲି ବିରୋଧୀ ଅଭିଯୋଗ କରିଛି।

The post କଂଗ୍ରେସ ହାତରୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ଛଡ଼ାଇ ନେଲା ବିଜେଡି appeared first on OdishaLIVE.


Viewing all articles
Browse latest Browse all 11715

Trending Articles