Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ। ବିଜୟ କେତନଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ। ଏହାସହ ନିମ୍ନ ଅଦାଲତ ଜାମିନର ସର୍ତ୍ତ ସ୍ଥିର କରିବେ ବୋଲି ହାଇକୋର୍ଟ କହିଛନ୍ତି। ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଜୟ କେତନ।

ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ୨୦୧୯ ଡିସେମ୍ଵର ୩୦ ତାରିଖରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଗିରଫ ହେବା ପରେ ରାଜ୍ୟ ସରକାର ତାଙ୍କୁ କାର୍ଯ୍ୟରୁ ନିଲମ୍ଵନ କରିଥିଲେ।

ବିଜୟ କେତନ ଗିରଫ ହେବା ପରେ ତାଙ୍କ ସ୍ତ୍ରୀ ତୁଷିମା ମିଶ୍ର ସାମ୍ଵାଦିକ ସମ୍ମିଳନୀ କରି ତାଙ୍କ ସ୍ଵାମୀ ନିର୍ଦ୍ଦୋଶ ତାଙ୍କୁ ଫସାଇ ଦିଆଯାଇଛି ବୋଲି କହିଥିଲେ। ଏହାସହ ସେ ସିଧାସଳଖ ଭିଜିଲାନ୍ସକୁ ଟାର୍ଗେଟ କରିଥିଲେ।

The post ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ appeared first on OdishaLIVE.


Viewing all articles
Browse latest Browse all 11715

Trending Articles