Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

RMRCରେ କୋରୋନା ମୁକାବିଲା ବୈଠକ – ସଜାଗ ରହିବାକୁ ସବୁ ଡାକ୍ତରଖାନାକୁ ନିର୍ଦ୍ଦେଶ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ପାଇଁ ଭୁବନେଶ୍ୱରସ୍ଥିତ ଆରଏମ୍‌ଆର୍‌ସିରେ ଚାଲିଥିବା ବୈଠକ ଶେଷ ହୋଇଛି। ଏହି ବୈଠକରେ କୋରୋନା ଭାଇରସ ମୁକାବିଲା ପାଇଁ ଆଲୋଚନା ହୋଇଛି। ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ ମୁଖ୍ୟତଃ ଲ୍ୟାବ ଟେକନିସିଆନଙ୍କୁ ପରାମର୍ଶ ଦିଆଯାଇଛି। ଲ୍ୟାବ ଟେକନିସିଆନମାନେ ସତର୍କତାର ସହ କିଭଳି ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରିବେ ସେନେଇ ତାଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହିତ ପରିଚ୍ଛନତାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୋମବାର ସକାଳେ ଏହି ବୈଠକ ବସିଥିଲା। ଏଥିରେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରତିନିଧିମାନେ ଯୋଗ ଦେଇଥିଲେ। କୋରୋନା ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ଓ ଆଗକୁ କ’ଣ ପଦକ୍ଷେପ ନିଆଯିବ ସେନେଇ ଆଲୋଚନା ହୋଇଥିଲା।

The post RMRCରେ କୋରୋନା ମୁକାବିଲା ବୈଠକ – ସଜାଗ ରହିବାକୁ ସବୁ ଡାକ୍ତରଖାନାକୁ ନିର୍ଦ୍ଦେଶ appeared first on OdishaLIVE.


Viewing all articles
Browse latest Browse all 11715

Trending Articles