Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସପ୍ତାହେ ଧରି ଚାଲିବ ବିଜୁ ଜୟନ୍ତୀ, ଜାଣନ୍ତୁ କ’ଣ ହେବ କାର୍ଯ୍ୟକ୍ରମ?

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀ ଧୁମଧାମରେ ପାଳନ କରିବ ବିଜେଡି।

ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଜୟନ୍ତୀ ଉତ୍ସବକୁ ୭ ଦିନ ଧରି ପାଳନ କରିବାକୁ ବିଜେଡି ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ଦଳୀୟ କାର୍ଯ୍ୟାଳୟରେ ବସିଥିବା ବୈଠକରେ ବିଜୁ ଜୟନ୍ତୀ ପାଳନ ସମ୍ପର୍କରେ ଆଲୋଚନା ହୋଇଥିଲା।

୭ ଦିନ ଧରି ବିଭିନ୍ନ ବ୍ଲକ ଓ ନିର୍ବାଚନମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରଥମ ଦିନ ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକରେ ଏକ ବଡ଼ ଧରଣର କାର୍ଯ୍ୟକ୍ରମ କରାଯିବ। ବାଲିଯାତ୍ରା ପଡ଼ିଆରେ କର୍ମୀମାନଙ୍କୁ ନେଇ ବିଶାଳ ସମାରୋହ ଆୟୋଜନ କରାଯିବ। ଏହାସହ ମହିଳା, ଛାତ୍ର ଓ ଯୁବ ବିଜେଡି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ରହିଛି।

ବିଜୁ ବାବୁଙ୍କ ସାହସିକତା ଓ ଓଡ଼ିଶା ଗଢ଼ିବାରେ ତାଙ୍କର ଭୂମିକା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ। ଏହାସହ ୨୦ ବର୍ଷର ସରକାରଙ୍କ ସଫଳତାକୁ ଲୋକଙ୍କୁ ଅବଗତ କରାଯିବ। ତେବେ ଏସସବୁ କାର୍ଯ୍ୟକ୍ରମ ସମ୍ପର୍କରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚୂଡ଼ାନ୍ତ ମୋହର ମାରିବା ପରେ ହିଁ ଆନୁଷ୍ଠାନ ଭାବେ ଘୋଷଣା କରାଯିବ।

‘‘ବିଜୁ ବାବୁଙ୍କ ୧୦୪ତମ ଜୟନ୍ତୀକୁ ବଡ଼ ଆକାରରେ ପାଳନ କରିବା ପାଇଁ ଦଳର ବରିଷ୍ଠ ନେତାମାନଙ୍କ ପକ୍ଷରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏକ ପ୍ରସ୍ତାବ ଦିଆଯିବ। ବିଜୁ ବାବୁଙ୍କ ସାହସିକତା ଓ ନୂଆ ଓଡ଼ିଶା ଗଠନ ସମ୍ପକ;ରେ ଲୋକଙ୍କୁ ଅବଗତ କରାଯିବ’’, କହିଛନ୍ତି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା।

ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଦଳର ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ, ବରିଷ୍ଠ ନେତା ମହେଶ୍ୱର ମହାନ୍ତି, ପ୍ରମିଳା ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, କିଶୋର ମହାନ୍ତି, ଉଷା ଦେବୀ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

The post ସପ୍ତାହେ ଧରି ଚାଲିବ ବିଜୁ ଜୟନ୍ତୀ, ଜାଣନ୍ତୁ କ’ଣ ହେବ କାର୍ଯ୍ୟକ୍ରମ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles