Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଚିଲିକାରେ ଡଙ୍ଗା ବୁଡ଼ି ୬ ଗୁରୁତର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାରେ ବୁଡ଼ିଗଲା ଯାତ୍ରୀବାହୀ ଡଙ୍ଗା। ଏଥିରେ ସମସ୍ତ ଯାତ୍ରୀ ବୁଡ଼ି ଯାଇଥିଲା ବେଳେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କାଳୀଜାଇରୁ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ପିକ୍‌ନିକ୍‌ ସାରି ୩ଟି ଡଙ୍ଗା କାଳୀଜାଈରୁ ଫେରିଥିଲେ। ଦୁଇଟି ସୁରକ୍ଷିତ ଭାବେ ଫେରିଥିବା ବେଳେ। ଗୋଟିଏ ଡଙ୍ଗାରେ ପାଣି ପଶି ଯାଇଥିଲା। ଫଳରେ ଡଙ୍ଗାଟି ବୁଡ଼ି ଯାଇଥିଲା। କୂଳରୁ ପ୍ରାୟ ୧୨ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛି।

ଡଙ୍ଗାରେ ୩୦ ଜଣ ଲୋକ ଥିଲେ। ଡଙ୍ଗା ବୁଡ଼ିବା ପରେ ମତ୍ସଜୀବୀଙ୍କ ଦ୍ଵାରା ଉଦ୍ଧାର କରାଯାଇ ସେମାନଙ୍କୁ ବାଲୁଗାଁ ଡାକ୍ତରାଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

The post ଚିଲିକାରେ ଡଙ୍ଗା ବୁଡ଼ି ୬ ଗୁରୁତର appeared first on OdishaLIVE.


Viewing all articles
Browse latest Browse all 11715