Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦିଲ୍ଲୀ ପାଇଁ କଂଗ୍ରେସର ବଡ଼ ଘୋଷଣା – ନିର୍ବାଚନ ଜିତିଲେ ୩ ଶହ ୟୁନିଟ୍ ମାଗଣା ବିଜୁଳି

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ବିଧାନସଭାକୁ ହାତେଇଲେ ଲୋକମାନଙ୍କୁ ୩ ଶହ ୟୁନିଟ୍ ମାଗଣା ବିଜୁଳି ଦେବ କଂଗ୍ରେସ। ଏଥିସହିତ ଲୋକମାନେ ୨୦ ହଜାର ଲିଟର ମାଗଣା ପାଣି ମଧ୍ୟ ପାଇପାରିବେ। ଦିଲ୍ଲୀ ନିର୍ବାଚନୀ ଇସ୍ତାହାରରେ ଏଭଳି ବଡ଼ ଘୋଷଣା କରିଛି କଂଗ୍ରେସ।

ରବିବାର ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ଇସ୍ତାହାର ଘୋଷଣା କରିଛି। ଏଥିର ଇସ୍ତହାରରେ ଲୋକଙ୍କୁ ମାଗଣା ବିଜୁଳି ଓ ପାଣି ଦେବାକୁ କହି ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ।

ଏଥିସହିତ ଦିଲ୍ଲୀରେ କଂଗ୍ରେସ ସରକାରକୁ ଫେରିଲେ ଖୁବଶୀଘ୍ର ସେଠାରେ ‘ନ୍ୟାୟ’ ଯୋଜନା ଆଣିବାକୁ ପ୍ରତିଶ୍ରୁତି ଦେଇଛି। ଏହି ଯୋଜନାରେ ଗରିବ ଶ୍ରେଣୀର ଲୋକଙ୍କୁ ସରକାର ବାର୍ଷିକ ୭୨ ହଜାର ଟଙ୍କା ବାଣ୍ଟିବେ ବୋଲି ଘୋଷଣା କରିଛନ୍ତି। ଏଥିସହିତ ସରକାରୀ ଚାକିରିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ, ବରିଷ୍ଠ ନାଗରିକଙ୍କୁ ମାଗଣା ବସ୍ ଯାତ୍ରା, କିନ୍ନରମାନଙ୍କୁ ପେନସନ ଦେଲା ଭଳି ନିର୍ବାଚନ ପ୍ରତିଶ୍ରୁତି ଦେଇଛି କଂଗ୍ରେସ।

ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟଗ୍ରହଣ ହେବ। କଂଗ୍ରେସ ପୂର୍ବରୁ ଆମ୍ ଆଦମୀ ପାର୍ଟି ଓ ବିଜେପି ନିଜର ନିର୍ବାଚନୀ ଇସ୍ତାହାର ଘୋଷଣା କରିସାରିଛନ୍ତି।

The post ଦିଲ୍ଲୀ ପାଇଁ କଂଗ୍ରେସର ବଡ଼ ଘୋଷଣା – ନିର୍ବାଚନ ଜିତିଲେ ୩ ଶହ ୟୁନିଟ୍ ମାଗଣା ବିଜୁଳି appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images