Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜାଣନ୍ତୁ, ଏଲଆଇସିର ଅଂଶଧନ ବିକ୍ରି ହେଲେ ପଲିସିଧାରୀଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଏଲ୍ଆଇସିର ଅଂଶଧନ ବିକ୍ରି ହେଲେ ଏହାର ପ୍ରଭାବ ପଲିସିଧାରୀଙ୍କ ଉପରେ ପଡ଼ିବ ନାହିଁ।

ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ଶନିବାର ବଜେଟରେ ଏଲଆଇସିର ଅଂଶଧନ ବିକ୍ରି କରିବା ଘୋଷଣା କରିବା ପରେ ଏବେ ଗୋଟିଏ କଥାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏହି ନିଷ୍ପତ୍ତି ପରେ ଏଲଆଇସି ପଲିସିଧାରୀଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ? ଏହାଦ୍ୱାରା ଏଲଆଇସି ପଲିସିଧାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେନି ତ? ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଏଲଆଇସି ପଲିସିଧାରୀ ଚିନ୍ତାରେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଏଲଆଇସିର ଅଂଶଧନ ବିକ୍ରି ହେବ ବୋଲି ଘୋଷଣା କରିଛନ୍ତି। ବର୍ତ୍ତମାନ ଶତ ପ୍ରତିଶତ ସରକାରୀ ଅଂଶଧନରେ ରହିଥିବା ଏଲ୍ଆଇସିର କିଛି ଅଂଶଧନ ବିକ୍ରି କରାଯିବ। ଆଇପିଓ ଜରିଆରେ ଏଲ୍ଆଇସିର ଅଂଶଧନ ବିକ୍ରି କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ସରକାର ୭୨ ହଜାର କୋଟି ଟଙ୍କାର ଲାଭ ପାଇବେ ବୋଲି ଆକଳନ କରାଯାଇଛି।

ପ୍ରଭାବିତ ହେବେନି ଏଲ୍ଆଇସି ପଲିସିଧାରୀ

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ କୌଣସି ଏଲ୍ଆଇସି ପଲିସିଧାରୀମାନେ କିନ୍ତୁ ପ୍ରଭାବିତ ହେବେ ନାହିଁ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା କେବଳ ଏଲ୍ଆଇସିର ଅଂଶଧନକୁ ବିକ୍ରି କରାଯିବ,ଏଲ୍ଆଇସି ପଲିସିଧାରୀମାନେ କିନ୍ତୁ ଏହାଦ୍ୱାରା କୌଣସି କ୍ଷତିର ସମ୍ମଖୀନ ହେବେ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।

The post ଜାଣନ୍ତୁ, ଏଲଆଇସିର ଅଂଶଧନ ବିକ୍ରି ହେଲେ ପଲିସିଧାରୀଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles