ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ରାଜପଥକୁ କ୍ରିୟାଶୀଳ ଏବଂ ଟୋଲ୍ ଟ୍ୟାକ୍ସ ବ୍ୟବସ୍ଥାକୁ ଡିଜିଟାଲ କରିବା ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ହୋଇଛି ‘ଫାସ୍ଟ୍ୟାଗ୍’। ଫାସ୍ଟ୍ୟାଗ୍ ଲାଗୁ ହେବା ଫଳରେ ଆପଣଙ୍କୁ ଟୋଲ୍ ଗେଟ୍ରେ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆପଣ ଅବାଧରେ ଟୋଲ୍ ଗେଟ୍ ଦେଇ ଯାଇପାରିବେ ଏବଂ ଫାସ୍ ଟ୍ୟାଗ୍ ସହ ଜଡ଼ିତ ବ୍ୟାଙ୍କ୍ରୁ ଆପଣଙ୍କ ଟୋଲ୍ ଟିକସ ଅଟୋମେଟିକ୍ କଟିଯିବ।
ଆହୁରି ସରଳ ଭାବେ କହିବାକୁ ଗଲେ, ଆପଣଙ୍କ ଗାଡ଼ିରେ ଫାସ୍ ଟ୍ୟାଗ୍ ଲାଗିଥିଲେ ଆପଣଙ୍କୁ ଆଉ ଟୋଲ୍ ଗେଟ୍ରେ ଅଟକିବାକୁ ପଡ଼ିବ ନାହିଁ। ଟୋଲ୍ ଟିକସ ବାବଦକୁ ଧାର୍ଯ୍ୟ ଟଙ୍କା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ୍ରୁ ସିଧାସଳଖ କଟିଯିବ। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ଡିଜିଟାଲ ବ୍ୟବସ୍ଥା ଅଣାଯାଇଛି।
ଫାସ୍ଟ୍ୟାଗ୍ କ‘ଣ? ଏହାକୁ କେଉଁଠୁ ପାଇବେ
ଫାସ୍ ଟ୍ୟାଗ୍ ହେଉଛି ଏକ ପ୍ରକାର ଆଇଡି୍ କୋଡ୍ ସ୍ଟିକର। ଏହାକୁ ଆପଣଙ୍କ ଗାଡ଼ିର ୱିଣ୍ଡୋ ସ୍କ୍ରିନରେ ଲଗାଇବାକୁ ପଡ଼ିଥାଏ। ଏହାକୁ ଆପଣ ଯେକୌଣସି ସରକାରୀ ବ୍ୟାଙ୍କରୁ ପାଇପାରିବେ। ସେହିପରି ଆପଣଙ୍କ ବ୍ୟାଙ୍କ ୱେବସାଇଟ୍କୁ ଯାଇ ଅନ୍ଲାଇନ୍ରେ ମଧ୍ୟ ଫାସ ଟ୍ୟାଗ୍ ପାଇଁ ଆବେଦନ କରିପାରିବେ।
ଯେତେବେଳେ ଆପଣ ଟୋଲ୍ ଗେଟ୍ ଦେଇ ଅତିକ୍ରମ କରିଥାନ୍ତି, ଟୋଲ୍ ଗେଟ୍ରେ ଥିବା ଟ୍ୟାଗ୍ ରିଡର ଆପଣଙ୍କ ଗାଡ଼ିର ଫାସ୍ ଟ୍ୟାଗ୍କୁ ସ୍କାନ୍ କରି ଆପଣଙ୍କୁ ଚିହ୍ନଟ କରିଥାଏ।
ଫଳରେ ଫାସ୍ଟ୍ୟାଗ୍ ସହ ଯୋଡ଼ି ହୋଇଥିବା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ୍ରୁ ଟୋଲ୍ ଟିକସ ଅଟୋମେଟିକ୍ କଟିଯିବ। ଟୋଲ୍ ଗେଟ୍ରେ ଆପଣଙ୍କୁ ଆଉ ଅଟକି ରହିବାକୁ ପଡ଼ିବ ନାହିଁ।
ଫାସ୍ଟ୍ୟାଗ୍ ସହ କେମିତି ଯୋଡ଼ି ହୋଇଥାଏ ବ୍ୟାଙ୍କ
ଫାସ୍ ଟ୍ୟାଗ୍କୁ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟ୍ ସହ ଲିଙ୍କ କରିବାକୁ ପଡ଼ିବ। ଏଥିପାଇଁ ଆପଣ ବ୍ୟାଙ୍କ ସହ ଯୋଗାଯୋଗ କରି ସବିଶେଷ ସୂଚନା ପାଇପାରିବେ।
ଆପଣଙ୍କ ଫାସ୍ଟ୍ୟାଗ୍ ଆକାଉଣ୍ଟ୍ ଆକ୍ଟିଭ୍ ହେବାପରେ ଏହାକୁ ମୋବାଇଲ୍ ଆପ୍ ସାହାଯ୍ୟରେ ମଧ୍ୟ କାର୍ଯ୍ୟକାରୀ କରିପାରିବେ। ଏଥିପାଇଁ ଆପଣଙ୍କ ମୋବାଇଲ୍ ଷ୍ଟୋରକୁ ଯାଇ ‘ମାଇ ଫାସ୍ଟ୍ୟାଗ୍’ ଆପ୍ ଡାଉନଲୋଡ୍ କରିବାକୁ ହେବ। ଏହାପରେ ଫାସ୍ ଟ୍ୟାଗ୍ ୱାଲେଟ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ରିଚାର୍ଜ କରିବାକୁ ହେବ।
ଏହା ବ୍ୟତୀତ ୟୁପିଆଇ ମୋବାଇଲ ୱାଲେଟ୍ ମାଧ୍ୟମରେ ମଧ୍ୟ ଫାସ୍ଟ୍ୟାଗ୍କୁ ଯୋଡ଼ି କରିପାରିବେ।
ଫାସ୍ଟ୍ୟାଗ୍ କିଣିବା ପାଇଁ ଜରୁରୀ କାଗଜପତ୍ର
ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍
ଗାଡ଼ି ମାଲିକଙ୍କ ପାସ୍ପୋର୍ଟ ସାଇଜ୍ ଫଟୋ
ଗାଡ଼ି ମାଲିକଙ୍କ KYC ଡକ୍ୟୁମେଣ୍ଟ: ଆଇଡି ପ୍ରୁଫ, ଆଡ୍ରେସ୍ ପ୍ରୁଫ୍
The post ଜାଣନ୍ତୁ, ଟୋଲ୍ ଗେଟ୍ରେ ବାଧ୍ୟତାମୂଳକ ହୋଇଥିବା ‘ଫାସ୍ ଟ୍ୟାଗ୍’ କ’ଣ? appeared first on OdishaLIVE.