ଓଡ଼ିଶାଲାଇଭ୍ ବ୍ୟୁରୋ
ରବିବାର ବାରବାଟୀ ଷ୍ଟାଡିୟମରେ ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ଦୁଇ ଦଳ ଭୁବନେଶ୍ଵରରେ ପହଞ୍ଚି ସାରିଛନ୍ତି। ଏହାସହ ଉଭୟ ଦଳ ଆଜି ବାରବାଟୀରେ ଅଭ୍ୟାସ ମଧ୍ୟ କରିବେ। ରବିବାର ବାରବାଟୀରେ ମୁହାଁମୁହିଁ ହେବେ। ପୂର୍ବରୁ ଦୁଇ ଦଳ ବାରବାଟୀରେ ୩ଥର ମୁହାଁମୁହିଁ ହୋଇଛନ୍ତି। ଯେଉଁଥିରେ ଭାରତର ପଲ୍ଲା ଭାରି ରହିଛି।
ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀରେ ୩ଥର ମ୍ୟାଚ ହୋଇଛି। ଯେଉଁଥିରେ ଭାରତ ବିଜୟୀ ହୋଇଛି। ଶେଷ ମ୍ୟାଚ ୨୦୧୧ରେ ଏହି ଦୁଇ ଦଳ ମଧ୍ୟରେ ହୋଇଥିଲା। ପୁଣି ୮ ବର୍ଷ ପରେ ଦୁଇ ଦଳ ବାରବାଟୀରେ ପରସ୍ପରକୁ ଭେଟିବେ।
ସେହିପରି ଭାରତ ବାରବାଟୀରେ ୧୮ଟି ମ୍ୟାଚ ଖେଳିଛି, ଯେଉଁଥିରୁ ୧୨ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି। ବର୍ଷା ଯୋଗୁଁ ଦୁଇଟି ମ୍ୟାଚ ବାତିଲ ମଧ୍ୟ ହୋଇଛି। ଏହାସହ ଦୁଇଟି ଟି-୨୦ ମ୍ୟାଚ ଏଠାରେ ହୋଇଥିଲା, ଯେଉଁଥଇଏ ଭାରତ ଗୋଟିଏରେ ବିଜୟ ଓ ଗୋଟିଏରେ ପରାଜୟ ହୋଇଛି।
ଏହି ମ୍ୟାଚରେ ଉଭୟ ଦଳକୁ ଦେଖିବାକୁ ଗଲେ ଭାରତର ପଲା ଭାରି ରହିବ। ହେଲେ ଏହି ମ୍ୟାଚ ଦୁଇ ଦଳଙ୍କ ପାଇଁ ନିର୍ଣ୍ଣାୟକ ହେବ। ୩ଟିକିଆ ମ୍ୟାଚ ବିଶିଷ୍ଟି ସିରିଜରେ ପୂର୍ବରୁ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି।
The post ରବିବାର ବାରବାଟୀକୁ ଓହ୍ଲାଇବେ ଦୁଇ ଦଳ, ଭାରତର ପଲ୍ଲା ଭାରି appeared first on OdishaLIVE.