ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଦେଶବ୍ୟାପି ନାଗରିକତା ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଜାରି ରହିଛି। ଉତ୍ତରପ୍ରଦେଶର ଅଧିକାଂଶ ସହରରେ ବିକ୍ଷୋଭ ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ଘଟିଛି।
ସେହିପରି କାନପୁରରେ ୧୩ଜଣ ବିକ୍ଷୋଭକାରୀ, ୧୮ ଜଣ ପୋଲିସ କର୍ମୀ, ଫିରୋଜାବାଦରେ ୨୦ ଜଣ ବିକ୍ଷୋଭକାରୀ ୭୦ ଜଣ ପୋଲିସକର୍ମୀ ଆହତ ହୋଇଛନ୍ତି।
ରାଜ୍ୟରେ ଏଭଳି ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଶାନ୍ତି ବଜାଇ ରଖିବାକୁ ରାଜ୍ୟବାସୀକୁ ଅପିଲ୍ କରିଛନ୍ତି। ଉତ୍ତର ପ୍ରଦେଶ ପଶ୍ଚିମାଞ୍ଚଳରେ ସବୁଠୁ ଅଧିକ ଉତ୍ତେଜନା ଦେଖାଯାଇଛି। ରାଜ୍ୟ ସରକାର ପରିସ୍ଥିତି ବିଶୃଙ୍ଖଳା ଥିବାରୁ ଶନିବାର ସମସ୍ତ ସ୍କୁଲ-କଲେଜକୁ ବନ୍ଦ ରଖିବାକୁ ଆଦେଶ ଦେଇଛନ୍ତି।
The post ଥମୁନି ସିଏଏ ତାତି – ଉତ୍ତର ପ୍ରଦେଶରେ ୯ ଜଣଙ୍କ ମୃତ୍ୟୁ appeared first on OdishaLIVE.