Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବାରବାଟୀ ଦିନିକିଆକୁ ଆଉ ୨୫ ଦିନ – ୨୦୧୧ରେ ରୋହିତ ଶର୍ମା ହୋଇଥିଲେ ମ୍ୟାନ ଅଫ୍‌ ଦ ମ୍ୟାଚ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଶେଷଥର ପାଇଁ ୨୦୧୧ରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ ୨୯ ନଭେମ୍ଵର ୨୦୧୧ରେ ହୋଇଥିଲା। ଏଥିରେ ଭାରତ ଗୋଟିଏ ଓ୍ଵିକେଟରେ ବିଜୟୀଲାଭ କରିଥିଲା। ଏହି ମ୍ୟାଚରେ ରୋହିତ ଶର୍ମା ସଫଳ ବ୍ୟାଟ୍ସମ୍ୟାନ ହୋଇଥିଲେ। ତାଙ୍କୁ ମ୍ୟାନ ଅଫ୍‌ ଦ ମ୍ୟାଚ ବିବେଚିତ କରାଯାଇଥିଲା।

୨୦୧୧ରେ ଖେଳାଯାଇଥିବା ଏହି ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜ୍‌ ପ୍ରଥମେ ବ୍ୟାଟିଂ କରି ୨୧୧ରନ୍‌ କରିଥିଲା। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ବ୍ରାଭୋଙ୍କୁ ଛାଡ଼ିଦେଲେ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ହୋଇ ପାରିନଥିଲେ। ବ୍ରାଭୋ ଏହି ମ୍ୟାଚରେ ୬୦ ରନ କରିଥିଲେ। ଫଳରେ ଦଳ ୫୦ ଓଭରରେ ୨୧୧ ରନ କରିଥିଲା।

ସେହିପରି ୨୧୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତୀୟ ଦଳର ବ୍ୟାଟ୍ସମ୍ୟାନମାନେ ମଧ୍ୟ ଏତେଟା ସଫଳ ହୋଇପାରିନଥିଲେ। କେବଳ ରୋହିତ ଶର୍ମା ୪୫ ଓଭର ପର୍ଯ୍ୟନ୍ତ ଏକାକୀ ଲଢ଼େଇ କରିଥିଲେ। ରୋହିତ ଏହି ମ୍ୟାଚରେ ୭୨ରନ କରିଥିଲେ।

ତେବେ ଏଥର ବାରବାଟୀରେ ହେଉଥିବା ମ୍ୟାଚରେ ମଧ୍ୟ ରୋହିତ ଶର୍ମା ରହିଛନ୍ତି। ତେଣୁ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଉପରେ ରହିବ। ବର୍ତ୍ତମାନ ରୋହିତ ମଧ୍ୟ ଦିନିକିଆରେ ଭଲ ଫର୍ମରେ ରହିଛନ୍ତି।

The post ବାରବାଟୀ ଦିନିକିଆକୁ ଆଉ ୨୫ ଦିନ – ୨୦୧୧ରେ ରୋହିତ ଶର୍ମା ହୋଇଥିଲେ ମ୍ୟାନ ଅଫ୍‌ ଦ ମ୍ୟାଚ appeared first on OdishaLIVE.


Viewing all articles
Browse latest Browse all 11715

Trending Articles