Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜିଓର ଧମାକାଦାର ଅଫର୍- ମାତ୍ର ୧୪୧ ଟଙ୍କାରେ ପାଇପାରିବେ ଜିଓ ଫୋନ୍

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଜିଓ ତା’ର ଗ୍ରାହକମାନଙ୍କ ପାଇଁ ଏକ ଧମାକାଦାର ଅଫର୍ ଆଣିଛି। ଯେଉଁଥିରେ ଗ୍ରାହକମାନେ ମାତ୍ର ୧୪୧ ଟଙ୍କା ଦେଇ ଜିଓ ଫୋନ୍-୨ କିଣିପାରିବେ।

ବର୍ତ୍ତମାନ ଜିଓ ଫୋନ୍-୨ର ବିକ୍ରି ଚାଲିଛି। ଗ୍ରାହକମାନେ ଜିଓର ଅଫିସିଆଲ୍ ୱେବ୍ ସାଇଟ୍‌ jio.com କୁ ଯାଇ ଏହି ଫୋନ୍ କିଣିପାରିବେ। ଏହି ଫୋନର ମୂଲ୍ୟ ରହିଛି ମୋଟ୍ ୨୯୯୯ ଟଙ୍କା। ତେବେ ଇଏମ୍ଆଇ ଜରିଆରେ ମାତ୍ର ୧୪୧ ଟଙ୍କା ଦେଇ ଗ୍ରାହକମାନେ ଏହାକୁ ଘରକୁ ନେଇଯାଇପାରିବେ। ଏହାପରେ ଗ୍ରାହକମାନେ ନିୟମ ଅନୁସାରେ ମାସିକ ଇଏମ୍ଆଇ ଟଙ୍କା ଦେବେ।

ଏହି ଫୋନର ସ୍କ୍ରିନ୍ ୨.୪ ଇଞ୍ଚ୍ ରହିଥିବାବେଳେ ଗ୍ରାହକମାନେ ଏଥିରେ ୫୧୨ ଏମବିର RAM ଓ ୪ଜିବିର ROM ପାଇପାରିବେ। ଏହାସହ ଏଥିରେ ଗ୍ରାହକମାନେ ୧୨୮ ଜିବି ପର୍ଯ୍ୟନ୍ତ ମେମୋରି କାର୍ଡ ପକାଇପାରିବେ।

The post ଜିଓର ଧମାକାଦାର ଅଫର୍- ମାତ୍ର ୧୪୧ ଟଙ୍କାରେ ପାଇପାରିବେ ଜିଓ ଫୋନ୍ appeared first on OdishaLIVE.


Viewing all articles
Browse latest Browse all 11715

Trending Articles