Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସେପ୍ଟେମ୍ଵର ୧୦ରେ ବଜାରକୁ ଆସିବ ‘ଜିଓଫୋନ୍ ନେକ୍ସଟ୍’

$
0
0

ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ

ରିଲାଏନ୍ସ ଜିଓ ଏବଂ ଗୁଗଲ୍ ଦ୍ଵାରା ବିକଶିତ ସ୍ମାର୍ଟ ଫୋନ୍ ‘ଜିଓଫୋନ୍ ନେକ୍ସଟ୍’ ସେପ୍ଟେମ୍ଵର ୧୦ ତାରିଖରେ ବଜାରକୁ ଆସିବ। ଗଣେଶ ଚତୁର୍ଥୀ ଅବସରରେ କମ୍ପାନିର ଏହି ନୂଆ ସ୍ମାର୍ଟ ଫୋନ୍‌ର ବଜାର ପ୍ରବେଶ ହେବ ବୋଲି ୪୪ତମ ରିଲାଏନ୍ସ ଏଜିଏମ୍‌ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ୍ ଅମ୍ଵାନି ଘୋଷଣା କରିଛନ୍ତି।

ଏହି ଫୋନ୍‌ର ବିଭିନ୍ନ ଅତ୍ୟାଧୁନିକ ଫିଚର୍ ବିଷୟରେ ମୁକେଶ୍ ଅମ୍ଵାନି କହିଛନ୍ତି ଯେ, ଜିଓଫୋନ୍ ନେକ୍ସଟ୍ ଏକ ଅପ୍ଟିମାଇଜ୍ ଆଣ୍ଡ୍ରଏଡ୍ ଏବଂ ଫୁଲ୍‌ଲି ଫିଚର୍ଡ ସ୍ମାର୍ଟ ଫୋନ୍। ଏଥିରେ ଭଏସ୍ ଆସିଷ୍ଟ, ଲାଙ୍ଗୁଏଜ୍ ଓ ସ୍ମାର୍ଟ କ୍ୟାମେରା ଭଳି ଅତ୍ୟାଧୁନିକ ଫିଚର୍ ରହିଛି।

ଫୋନ୍‌ଟିର ବଜାର ମୂଲ୍ୟ କେତେ ରହିବ ସେନେଇ କମ୍ପାନି ପକ୍ଷରୁ ଏବେ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ଏହା ସମସ୍ତଙ୍କ ପକେଟ୍‌କୁ ସୁହାଇଲା ଭଳି ଦରରେ ଉବଲବ୍ଧ ବୋଲି ମୁକେଶ୍ ଅମ୍ଵାନି କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ ୪୦୦ ମିଲିୟନ୍ ଜିଓ ଗ୍ରାହକ ରହିଛନ୍ତି। ଏହାଦ୍ଵାରା ଜିଓ ବିଶ୍ଵର ଦ୍ଵିତୀୟ ବୃହତମ ଟେଲିକମ୍ କମ୍ପାନିର ମାନ୍ୟତା ପ୍ରାପ୍ତ କରିଛି। ଆଗାମୀ ଦିନରେ ଆହୁରି ୨୦୦ ମିଲିୟନ୍ ଗ୍ରାହକ ଜିଓ ସହିତ ଯୋଡ଼ି ହେବାର ସେ ଆଶା ରଖିଛନ୍ତି।

ସେହିପରି ଗୁଗଲ୍ ଏବଂ ଆଲ୍‌ଫାବେଟ୍‌ର ସିଇଓ ସୁନ୍ଦର ପିଚାଇ କହିଛନ୍ତି,”ଜିଓଫୋନ୍ ନେକ୍ସଟ୍ ଲାଙ୍ଗୁଏଜ୍ ଓ ଟ୍ରାନ୍ସଲେସନକୁ ଗୁରୁତ୍ଵ ଦେବ। ଫଳରେ ଭାରତୀୟମାନେ ନିଜ ଭାଷାରେ ସ୍ମାର୍ଟ ଫୋନ୍ ବ୍ୟବହାର କରିପାରିବେ। ଏଥି ସହିତ ଏହି ଫୋନ୍‌ରେ ବ୍ୟବହାର ହୋଇଥିବା ଅତ୍ୟାଧୁନିକ ଫିଚର୍ଡ ଗ୍ରାହକଙ୍କୁ ସନ୍ତୁଷ୍ଟ କରିପାରିବ।”ଗୁରୁବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣ ପାଇଁ ଗତବର୍ଷ ପରି ଏଥର ମଧ୍ୟ ବୈଠକକୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଥିଲା।

The post ସେପ୍ଟେମ୍ଵର ୧୦ରେ ବଜାରକୁ ଆସିବ ‘ଜିଓଫୋନ୍ ନେକ୍ସଟ୍’ appeared first on OdishaLIVE.


Viewing all articles
Browse latest Browse all 11715

Trending Articles