ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଷ୍ଟ୍ରାର୍ଟେଜିକ୍ ପାର୍ଟନର ଭାବେ ସାଉଦି ଆରାମ୍କୋ ଯୋଡ଼ି ହୋଇଛି। ୪୩୦ କୋଟି ବିଲିୟନ୍ ଡଲାର ଅଂଶଧନରେ ରିଲାଏନ୍ସ ବୋର୍ଡରେ ସାମିଲ ହୋଇଛି ସାଉଦି ଆରାମ୍କୋ।
ରିଲାଏନ୍ସ ଏଜିଏମ୍ ଅବସରରେ ସାଉଦି ଆରାମ୍କୋର ଅଧ୍ୟକ୍ଷ ୟାସିର୍ ଅଲ୍ ରୁମେୟାନ୍ଙ୍କୁ ରିଲାଏନ୍ସ ବୋର୍ଡର ଇଣ୍ଡିପେଣ୍ଡେଣ୍ଟ୍ ମେମ୍ଵର ଭାବେ ଘୋଷଣା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ୍ ଅମ୍ଵାନି।ବୋର୍ଡର ପୂର୍ବତନ ସଦସ୍ୟ ଓ୍ଵାଇ.ପି ତ୍ରିବେଦୀଙ୍କ ସ୍ଥାନରେ ତାଙ୍କୁ ବୋର୍ଡରେ ସାମିଲ୍ କରାଯାଇଛି। ବାର୍ଦ୍ଧକ୍ୟ କାରଣରୁ ଓ୍ଵାଇ.ପି ତ୍ରିବେଦୀ ବୋର୍ଡରୁ ଇସ୍ତଫା ହେଇଛନ୍ତି।
ଗୁରୁବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ୪୪ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣ ପାଇଁ ଗତବର୍ଷ ପରି ଏଥର ମଧ୍ୟ ବୈଠକକୁ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଛି।
The post ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଷ୍ଟ୍ରାର୍ଟେଜିକ୍ ପାର୍ଟନର ଭାବେ ଯୋଗଦେଲା ସାଉଦି ଆରାମ୍କୋ appeared first on OdishaLIVE.