Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କାଲି ବାହାରିବ ମାଟ୍ରିକ ପରୀକ୍ଷା ଫଳ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଅପରାହ୍‌ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହାପରେ ସନ୍ଧ୍ୟା ୬ଟା ପରେ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। ଏନେଇ ଗୁରୁବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ମାଟ୍ରିକ ପରୀକ୍ଷା ସହିତ କାଲି ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ www.bseodisha.ac.in ୱେବସାଇଟ୍‌ରୁ ନିଜର ମାଟ୍ରିକ ରେଜଲ୍ଟ ପାଇପାରିବେ।ଯଦି କାହା ପାଖରେ ଇଣ୍ଟରନେଟ୍ ସୁବିଧା ନଥାଏ, ସେ ଏସ୍‌ଏମ୍‌ଏସ୍ (SMS) କରି ରେଜଲ୍ଟ ଜାଣିପାରିବେ। ଏଥିପାଇଁ ମୋବାଇଲ ଫୋନର ମେସେଜ ବକ୍ସକୁ ଯାଇ OR01 < Roll N0 > ଲେଖି 5676750କୁ ଏସ୍‌ଏମ୍‌ଏସ୍ କରିବାକୁ ପଡ଼ିବ।

The post କାଲି ବାହାରିବ ମାଟ୍ରିକ ପରୀକ୍ଷା ଫଳ appeared first on OdishaLIVE.


Viewing all articles
Browse latest Browse all 11715

Trending Articles