Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କାଶ୍ମୀର କଥାବାର୍ତ୍ତା

$
0
0

ଭାସ୍କର ପରିଚ୍ଛା

ଜାମ୍ମୁ କାଶ୍ମୀର ସ୍ଥିତିର ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଯେଉଁ ବୈଠକ ଡାକିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୫ ଅଗଷ୍ଟ ୨୦୧୯ରେ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ପରେ ଏବଂ କାଶ୍ମୀରକୁ ଯେଉଁ ସ୍ୱତନ୍ତ୍ର ସୁବିଧା ମିଳୁଥିଲା ତାହା ହଟାଇ ଦିଆଯିବା ପରେ ଏହା ପ୍ରଥମ ସୁଯୋଗ ଯେଉଁଠି କାଶ୍ମୀରର ବିରୋଧୀ ନେତାମାନଙ୍କୁ କେନ୍ଦ୍ର ସରକାର କଥାବାର୍ତ୍ତା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି। ସ୍ୱାଭାବିକ ଭାବରେ, ଏହି ବୈଠକକୁ ନେଇ ରାଜନୀତି ସରଗରମ ହୋଇଛି।

ଖୁସିର ବିଷୟ ଯେ ସେଠାକାର ଗୁପକାର ମେଣ୍ଟ ଏହି ଆମନ୍ତ୍ରଣକୁ ରକ୍ଷା କରି ଆଲୋଚନାରେ ସାମିଲ ହେବା ପାଇଁ ସମ୍ମତି ପ୍ରଦାନ କରିଛି। ଏହା ନିଶ୍ଚିତରେ ଏକ ସକାରାତ୍ମକ ପଦକ୍ଷେପ। କାଶ୍ମୀରର ବିରୋଧୀ ଦଳ ନେତାଙ୍କ ଏହି ମନୋଭାବରୁ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଏହି ନେତାମାନେ ଜାମ୍ମୁ କାଶ୍ମୀରର ଲୋକଙ୍କ ମନୋଭାବକୁ ସମ୍ମାନ ଦେଇ କାମ କରୁଛନ୍ତି। ଜାମ୍ମୁ କାଶ୍ମୀରର ସାଧାରଣ ଲୋକ ବି ଚାହାଁନ୍ତି ଯେ ରାଜନୈତିକ ସ୍ତରରେ କଥାବାର୍ତ୍ତା ଚାଲୁ ରହୁ ଏବଂ ରାଜ୍ୟରେ ପୁଣି ଥରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆରମ୍ଭ ହେଉ।ଏହି ବୈଠକର କାର୍ଯ୍ୟସୂଚୀ ବା ଆଲୋଚନାର ରୂପରେଖ କଣ ହେବ ସେକଥା ଯଦି ଆମେ ଆଲୋଚନା କରିବା, ଏଇକ୍ଷଣି ଅବଶ୍ୟ କିଛି ସ୍ପଷ୍ଟ ସଂକେତ ମିଳୁନାହିଁ। ତେବେ ଜାମ୍ମୁ କାଶ୍ମୀରର ନେତାଙ୍କ ମନରେ ସବୁଠାରୁ ବଡ଼ ପ୍ରଶ୍ନ ବା ପ୍ରସଙ୍ଗ ହେଲା ପୂର୍ବରୁ ଯାହା ଥିଲା ସେହି ରାଜ୍ୟ ପାହ୍ୟା କିଭଳି ଓ କେବେ ଫେରି ପାଇବେ। କଥାବାର୍ତ୍ତା ବେଳେ ଏହି ପ୍ରସଙ୍ଗଟି ନିଶ୍ଚିତ ଭାବରେ ଉଠିବ। ଯାହା ଅନୁମାନ କରାଯାଉଛି କିଛି ନେତା ଧାରା ୩୭୦ ଅନୁଯାୟୀ ପୂର୍ବର ସୁବିଧା ବଳବତ୍ତର ରହୁ ଏହା ଚାହିଁବେ।

ବୈଠକରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାମ୍ମୁ କାଶ୍ମୀରର ବିରୋଧୀ ନେତାଙ୍କ ମଧ୍ୟରେ ଯେଉଁ ଆଲୋଚନା ହେବ ତାହା ସେଠାକାର ଲୋକଙ୍କ ମନରେ ନୂତନ ଆଶା ସଂଚାର କରିବ ବୋଲି କୁହାଯାଉଛି। ଲୋକେ ପ୍ରକୃତରେ କଣ ଚାହୁଁଛନ୍ତି ତାହା ଏହି ବୈଠକରୁ ଜଣା ପଡ଼ିବ। ବିରୋଧୀମାନେ ଯେଉଁ ଦାବି ଉଠାଇବେ ତାହା କେତେଦୂର ଗ୍ରହଣୀୟ ହେବ ଓ ଏଥିରେ କଣ ସବୁ ଅସୁବିଧା ରହିଛି ତାହା ବି ସ୍ପଷ୍ଟ ଜଣାପଡିବ।ଚର୍ଚ୍ଚା ଜୋର ଧରିଛି ଯେ ଏହି ପ୍ରସ୍ତାବିତ ବୈଠକ ପରେ ଜାମ୍ମୁ କାଶ୍ମୀରରେ ନିର୍ବାଚନ ପାଇଁ ମଧ୍ୟ ବାଟ ଫିଟିବ। ବୈଠକରେ କଣ ଆଲୋଚନା ହେବ ଓ ମୋଦୀ  ସରକାର ଏହାକୁ କେତେ ସକ୍ରିୟ ଭାବେ ବିଚାରକୁ ନେବେ ତାହା ଜାଣିବା ପାଇଁ ଆମକୁ ଅପେକ୍ଷା କରିବାକୁ ହେବ। ତେବେ ଏତିକି ବଡ଼ କଥା ଯେ ଆଲୋଚନା ପାଇଁ ଯେଉଁ ସୁଯୋଗ ସୃଷ୍ଟି ହୋଇଛି ତାହା ନିଶ୍ଚିତ ଭାବରେ ଗୁରୁତ୍ଵପୂର୍ଣ୍ଣ।ଏହି ଆଲୋଚନା ପରେ କାଶ୍ମୀର ଉପତ୍ୟକାରେ ସ୍ୱାଭାବିକ ଅବସ୍ଥା ସୃଷ୍ଟି ହେବ ଏହା ଆଶା କରିବା କଥା। ଉଭୟ ସରକାରୀ ସ୍ତରରେ ଓ ବିରୋଧୀ ନେତାଙ୍କ ମଧ୍ୟରେ ଏକ ଅନୁକୂଳ ସ୍ଥିତି ସୃଷ୍ଟି କରାଯିବା ଆବଶ୍ୟକ। ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହେଉଛି ପରସ୍ପର ମଧ୍ୟରେ ବିଶ୍ୱାସ ଓ ସଦ୍ଭାବ ବୃଦ୍ଧି। ଏହା ଅତ୍ୟନ୍ତ ଜରୁରୀ। ପଡ଼ୋଶୀ ପାକିସ୍ତାନ ପକ୍ଷରୁ ବିଶ୍ୱ ସ୍ତରରେ ଭାରତକୁ ନେଇ ଯେଉଁ ଅପପ୍ରଚାର ଚଳାଯାଉଛି ତାହା ପ୍ରଭାବହୀନ ହୋଇପାରିବ ଯଦି ଗୁରୁବାର ଦିନର କଥାବାର୍ତ୍ତା ବାସ୍ତବରେ ସଫଳ ହୁଏ।

 (ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

The post କାଶ୍ମୀର କଥାବାର୍ତ୍ତା appeared first on OdishaLIVE.


Viewing all articles
Browse latest Browse all 11715

Trending Articles