Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ କ’ଣ ଓ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖିବା?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ମଧ୍ୟରେ କଳା ଫିମ୍ପି ବା ବ୍ଲାକ୍ ଫଙ୍ଗସ୍ ରୋଗ ଚିନ୍ତାର କାରଣ ହୋଇଛି। ସାଧାରଣତଃ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତି କିମ୍ଵା କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନେ ବ୍ଲାକ୍ ଫଙ୍ଗସ୍‌ରେ ଅଧିକ ମାତ୍ରାରେ ଶିକାର ହେଉଛନ୍ତି। ତେବେ ଏହି ରୋଗର ଲକ୍ଷଣ କ’ଣ ରହିଛି, କେଉଁମାନଙ୍କୁ ଏହା ହେବାର ଅଧିକ ସମ୍ଭାବନା ରହିଛି ଏବଂ କିପରି ଏଥିରୁ ରକ୍ଷା ପାଇପାରିବା ଆସନ୍ତୁ ଜାଣିବା।

ବ୍ଲାକ୍ ଫଙ୍ଗସ ରୋଗର ଲକ୍ଷଣ

  • ନାକ ଓ ଆଖିର କୋଣ ଲାଲ୍ ପଡ଼ି ଫୁଲିବା ଓ ଯନ୍ତ୍ରଣା ହେବା
  • ଜ୍ଵର ହେବା
  • ମୁଣ୍ଡ ବିନ୍ଧିବା
  • କାଶ ହେବା
  • ନିଶ୍ଵାସ ପ୍ରଶ୍ଵାସରେ କଷ୍ଟ ହେବା
  • ବାନ୍ତିରେ ରକ୍ତ ପଡ଼ିବା
  • ମାନସିକ ଅବସ୍ଥା ବିଗିଡ଼ିଯିବା

Mental healthଏପରି ଲକ୍ଷଣ ଦେଖାଗଲେ ହେଳା ନକରି ତୁରନ୍ତ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ପରାମର୍ଶ କରନ୍ତୁ।

କେଉଁମାନଙ୍କୁ ସଂକ୍ରମଣ ହେବାର ସମ୍ଭାବନା ଅଧିକ?

  • ଅନିୟନ୍ତ୍ରିତ ମଧୁମେହ
  • କରୋନା କିମ୍ଵା ଅନ୍ୟ ରୋଗ ପାଇଁ ଦୀର୍ଘଦିନ ଆଇସିୟୁରେ ଥିବା ବ୍ୟକ୍ତି
  • ଷ୍ଟିରଏଡ୍ ବା ଭରିକୋନୋଜୋଲ୍ ଆଦି ଔଷଧ ସେବନ କରୁଥିବା ବ୍ୟକ୍ତି
  • କର୍କଟ ରୋଗାକ୍ରାନ୍ତ ବ୍ୟକ୍ତି

କେତେବେଳେ ସନ୍ଧେହ କରିବେ?

  • ଯଦି ନାକ ଓ ଆଖିର କୋଣ ଲାଲ୍ ପଡ଼ି ଫୁଲିବା ସହ ଯନ୍ତ୍ରଣା ହେଉଥାଏ
  • ମୁହଁ ଓ କପାଳର ଗୋଟିଏ ପଟେ ଯନ୍ତ୍ରଣା ହେଉଥିଲେ
  • ନାକରୁ କଳା ସିଂଘାଣି ବାହାରୁଥିଲେ
  • ଛାତିରେ ଯନ୍ତ୍ରଣା ଓ ନିଶ୍ୱାସରେ କଷ୍ଟ ହେଲେ
  • ଦାନ୍ତ ଓ ମାଢ଼ିରେ ଯନ୍ତ୍ରଣା ହେବା ଓ ଦାନ୍ତ ହଲୁଥିଲେ
  • ଚର୍ମରେ ଘା’ ଭଳି ହୋଇ ତା’ଉପରେ କଳା ପଡୁଥିଲେ

କିପରି ପ୍ରତିହତ କରିବେ?

  • ସର୍ବଦା ପରିଷ୍କାର ମାସ୍କ ବ୍ୟବହାର କରନ୍ତୁ
  • ମାଟି, ଶିଉଳି କିମ୍ଵା ଖତ ଆଦିରେ କାମ କଲାବେଳେ ଯୋତା ଓ ଗ୍ଲୋବ୍ସ ପିନ୍ଧନ୍ତୁ

ସୌଜନ୍ୟ – ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର

The post ବ୍ଲାକ୍ ଫଙ୍ଗସ୍ ରୋଗର ଲକ୍ଷଣ କ’ଣ ଓ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖିବା? appeared first on OdishaLIVE.


Viewing all articles
Browse latest Browse all 11715

Trending Articles