Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟରେ ଦିଆଗଲାଣି ପାଖାପାଖି ଏକ କୋଟି ଟିକା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କରୋନା ଟିକା ଦାନ ବେଶ ଅଗ୍ରଗତି କରିଛି। ଜାନୁଆରୀ ୧୬ରୁ ରାଜ୍ୟରେ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ଆଗଧାଡ଼ି କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ପରବର୍ତ୍ତୀ ପର୍ୟ୍ୟାୟରେ ୬୦ବର୍ଷରୁ ଅଧିକ ବରିଷ୍ଠ ନାଗରିକଙ୍କୁ ଏବଂ ୪୫ରୁ ୬୦ ବର୍ଷ ଭିତରେ ଥିବା ବୟସ୍କଙ୍କୁ ଟିକାକରଣ କରାଯାଇଥିଲା। ଆଉ ଏବେ ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକା ଦିଆଚାଲିଛି।

ସରକାରୀ ତଥ୍ୟ ଅନୁଯାୟୀ, ସାଧାରଣ ବର୍ଗ ଓ ବିଭିନ୍ନ ବୟସ ଗୋଷ୍ଠୀର ପ୍ରାୟ ୮୫ ଲକ୍ଷ ଲୋକ ଟୀକା ନେଇସାରିଛନ୍ତି। ସେହିପରି ପ୍ରାୟ ୫ଲକ୍ଷ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଦୁଇ ଡୋଜ୍‌ ଟିକା ନେଇସାରିଲେଣି। କରୋନା ଯୋଦ୍ଧା ମାନ୍ୟତା ପାଇଥିବା ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଦୁଇଟି ପର୍ୟ୍ୟାୟରେ ଟିକା ନେଇଛନ୍ତି। ଏମାନଙ୍କ ସଂଖ୍ୟା ପ୍ରାୟ ୩ଲକ୍ଷ ହେବ ବୋଲି ଜଣାପଡ଼ିଛି। ଏହିଭଳି ଦେଖିବାକୁ ଗଲେ ଆନୁମାନିକ ୯୩ଲକ୍ଷ ଲୋକ ଟିକା ନେଇସାରିଛନ୍ତି। ଏଥିରୁ ସହରାଞ୍ଚଳରେ ସିଂହ ଭାଗ ଲୋକ ଟିକା ନେଇଛନ୍ତି।ତେବେ ଟିକା ଅଭାବରୁ ଯୁବ ବର୍ଗ ବା ୧୮ରୁ ୪୪ ବର୍ଷ ବୟସ୍କ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇତିମଧ୍ୟରେ ବିଭିନ୍ନ ଘରୋଇ ହସ୍ପିଟାଲରେ ଅର୍ଥ ଦେଇ ଟିକା ନେବା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତା’ଛଡ଼ା ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ଗ୍ଲୋବାଲ ଟେଣ୍ଡର କରାଯାଇଥିଲା ତାହା ଆସନ୍ତା ୯ରେ ଖୋଲାଯିବ ବୋଲି ଜଣାପଡ଼ିଛି। ଏଥିରେ କେବଳ ଦୁଇଟି ବିଦେଶୀ କମ୍ପାନି ଭାଗ ନେଇଛନ୍ତି।

The post ରାଜ୍ୟରେ ଦିଆଗଲାଣି ପାଖାପାଖି ଏକ କୋଟି ଟିକା appeared first on OdishaLIVE.


Viewing all articles
Browse latest Browse all 11715

Trending Articles