Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କୋଭିଡ୍ ଟିକା ନେବା ପରେ କେମିତି ଡାଉନଲୋଡ୍ କରିବେ ଟିକାକରଣ ସାର୍ଟିଫିକେଟ୍?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହମାରୀର ଦ୍ୱିତୀୟ ଲହରରେ ସଂକ୍ରମଣର ଭୟ ସାଂଘାତିକ ହୋଇଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଆଶା ସଞ୍ଚାର କରିଛି କୋଭିଡ୍‌ ଟିକା। ଏଥିପାଇଁ ଦେଶବ୍ୟାପୀ ଏବେ ଟିକାକରଣ ଚାଲିଛି। ଟିକା ନେବା ପରେ ହିତାଧିକାରୀମାନେ ଟିକାକରଣର ସାର୍ଟିଫିକେଟ୍ କୋଓ୍ଵିନ୍ ପୋର୍ଟାଲରୁ ଡାଉନଲୋଡ୍ କରିପାରିବେ।

କେମିତି ଡାଉନଲୋଡ୍ କରିବେ ଟିକାକରଣ ସାର୍ଟିଫିକେଟ୍?

  • ଟିକା ନେବା ପରେ ଇଣ୍ଟରନେଟ୍‌ରେ cowin.gov.in ସର୍ଚ୍ଚ କରନ୍ତୁ।
  • କୋୱିନ୍ ହୋମ୍ ପେଜ୍‌ର ଡାହାଣରେ ଥିବା ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ।
  • ରେଜିଷ୍ଟାର ବଟନ୍‌ରେ କ୍ଲିକ୍ କରି ମୋବାଇଲ ନମ୍ବର ଦିଅନ୍ତୁ।
  • ଏହାପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଯିବ।
  • ଓଟିପିକୁ ପୋର୍ଟାଲରେ ଦେଇ ଭେରିଫାଏ କରନ୍ତୁ।
  • ଏହାପରେ ଆକାଉଣ୍ଟ ଡିଟେଲ୍ସ ପେଜ୍ ଆସିବ।
  • ସେହି ପେଜ୍‌ର ଡାହାଣରେ ଥିବା ସାର୍ଟିଫିକେଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ।
  • ଏହାପରେ ଆପଣ ନିଜର ଟିକାକରଣ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।

The post କୋଭିଡ୍ ଟିକା ନେବା ପରେ କେମିତି ଡାଉନଲୋଡ୍ କରିବେ ଟିକାକରଣ ସାର୍ଟିଫିକେଟ୍? appeared first on OdishaLIVE.


Viewing all articles
Browse latest Browse all 11715

Trending Articles