Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସଂକ୍ରମଣ ସହ ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା –ଆଜି ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଦ୍ୱିତୀୟ ଲହରରେ କରୋନା ସଂକ୍ରମଣ ବଢ଼ିବା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ବି ବଢ଼ି ବଢ଼ି ଚାଲିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ସର୍ବାଧିକ ୨୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ରିପୋର୍ଟ ହୋଇଛି।

କୋରାପୁଟ ଜିଲ୍ଲାରୁ ସର୍ବାଧିକ ୪ ଜଣ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ଵର, ନୂଆପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସେହିପରି କଳାହାଣ୍ତି ଜିଲ୍ଲାରୁ ୨ ଜଣଙ୍କର କରୋନାରେ ପ୍ରାଣ ଯାଇଛି।

ଅନ୍ୟପଟେ ବଲାଙ୍ଗୀର, ବୌଦ୍ଧ, ବରଗଡ଼, ଗଜପତି, ଖୋର୍ଦ୍ଧା, ନବରଙ୍ଗପୁର, ସୋନପୁର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨ ହଜାର ୪୩୦କୁ ବୃଦ୍ଧି ଘଟିଛି।

ଚଳିତ ମେ’ ୮ ତାରିଖରେ ରାଜ୍ୟରେ ପ୍ରଥମ ଥର କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦ ପାର୍ କରିଥିଲା। ଏହାପୂର୍ବରୁ ୨୦୨୦ ଅକ୍ଟୋବର ମାସରେ ସର୍ବାଧିକ ୧୮ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ ନଭେମ୍ବର ମାସରୁ ୨୦୨୧ ମାର୍ଚ୍ଚ ମାସ ଯାଏଁ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ଘଟିବା ସହିତ ମୃତ୍ୟୁସଂଖ୍ୟା ବି କମିଥିଲା। ଏମିତିକି ଜାନୁଆରି ୬ ତାରିଖ ଦିନ ରାଜ୍ୟରେ କରୋନା ମୃତ୍ୟୁ ଶୂନ ରହିଥିଲା। କିନ୍ତୁ ଦ୍ଵିତୀୟ ଲହରରେ ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଖାଲି ଯେ ସଂକ୍ରମଣ ତାହା ନୁହେଁ କରୋନାଜନିତ ମୃତ୍ୟୁ ବି ରେକର୍ଡ ଭାଙ୍ଗୁଛି।୨୦୨୦ ମାର୍ଚ୍ଚ ମାସରେ ଓଡ଼ିଶାରେ କରୋନା ପ୍ରବେଶ କରିଥିଲାବେଳେ ଏପ୍ରିଲ ୭ ତାରିଖରେ ରାଜ୍ୟରେ ପ୍ରଥମ କରୋନାଜନିତ ମୃତ୍ୟୁ ଘଟିଥିଲା। ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନାରେ ଆଖି ବୁଜିଥିଲେ। ତା’ ପରେ ଧୀରେ ଧୀରେ ମୃତ୍ୟୁସଂଖ୍ୟା ବି ବଢ଼ିବା ଆରମ୍ଭ କରିଥିଲା। ଜୁନ୍‌ ମାସରୁ ନଭେମ୍ବର ମାସ ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦୈନିକ ୧୦ରୁ ୨୦ ଭିତରେ ରହୁଥିଲା। ଏହାକୁ ନେଇ ପୂରା ରାଜ୍ୟରେ ଭୟ ଦେଖାଯାଇଥିଲା। କାରଣ ନଭେମ୍ବର ମାସ ଆଡ଼କୁ କରୋନା ସଂକ୍ରମିତ ସଂଖ୍ୟା ତଳକୁ ଖସି ଥିଲା। ହେଲେ ମୃତ୍ୟୁସଂଖ୍ୟାରେ କିଛି ଫରକ ଦେଖାଯାଇନଥିଲା। ଏବେ ପୁଣି ଥରେ କରୋନା ମୃତ୍ୟୁସଂଖ୍ୟା ବଢ଼ିଚାଲିଛି।

The post ସଂକ୍ରମଣ ସହ ରାଜ୍ୟରେ ବଢୁଛି ମୃତ୍ୟୁ ସଂଖ୍ୟା – ଆଜି ସର୍ବାଧିକ ୨୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା appeared first on OdishaLIVE.


Viewing all articles
Browse latest Browse all 11715

Trending Articles