Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସଂକ୍ରମଣ ସହ ବଢ଼ିଲା ମୃତ୍ୟୁ ସଂଖ୍ୟା –ରାଜ୍ୟରୁ ଚିହ୍ନଟ ହେଲେ ୧୨ହଜାରରୁ ଅଧିକ ପଜିଟିଭ୍‌, ସର୍ବାଧିକ ୨୭ ମୃତ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ସରକାରୀ ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ସର୍ବାଧିକ ରହିଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ତାଜା ରିପୋର୍ଟ ଅନୁସାରେ ସର୍ବାଧିକ ୧୨ହଜାର ୫୨୩ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରର ୭୦୧୨ଜଣ ହୋଇଥିବାବେଳେ, ୫୫୧୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ସର୍ବାଧିକ୨୭ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି।

ଆଜିର ତଥ୍ୟ ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୦୮୦ଜଣ ଓ ସୁନ୍ଦରଗଡ଼ରୁ ୭୧୫ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯୩୦, ବରଗଡ଼ରୁ ୩୧୫, ବାଲେଶ୍ୱରରୁ ୫୧୦, ଯାଜପୁରରୁ ୪୧୯, ମୟୁରଭଞ୍ଜରୁ ୫୪୬, ସମ୍ବଲପୁରରୁ ୪୦୦ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ପଜିଟିଭ୍ ସଂଖ୍ୟା ୬ଲକ୍ଷ ୬୮ହଜାର ୪୨୨ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୯୮୭୦ ଜଣଙ୍କୁ ମିଶାଇ ସମୁଦାୟ ୫ଲକ୍ଷ ୫୬ହଜାର ୫୦୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ୧ଲକ୍ଷ ୦୯ହଜାର ୪୩୮ ଆକ୍ଟିଭ କେସ୍ ରହିଛି।

ଅନ୍ୟପଟେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟରୁ ସର୍ବାଧିକ ୨୭ଜଣଙ୍କ ଜୀବନ ନେଇଛି କରୋନା। ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୩ଜଣ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, ଖୋର୍ଦ୍ଧା, ନବରଙ୍ଗପୁର, ପୁରୀରୁ ଜଣେ ଲେଖାଏଁ, କଳାହାଣ୍ଡିରୁ ଦୁଇ ଜଣ, କୋରାପୁଟରୁ ଚାରି ଜଣ, ନୂଆପଡ଼ାରୁ ତିନି ଜଣ, ରାୟଗଡ଼ାରୁ ତିନି ଜଣ, ସୁନ୍ଦରଗଡ଼ରୁ ତିନି ଜଣ, ସୁବର୍ଣ୍ଣପୁରରୁ ଜଣେ ରହିଛନ୍ତି। ଏମାନେ ସମସ୍ତେ କରୋନାରେ ଆକ୍ରାନ୍ତ ହୋଇ ଭିନ୍ନ ଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଏହି ମୃତକମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୪୩୨ ରେ ପହଞ୍ଚିଛି।

The post ସଂକ୍ରମଣ ସହ ବଢ଼ିଲା ମୃତ୍ୟୁ ସଂଖ୍ୟା – ରାଜ୍ୟରୁ ଚିହ୍ନଟ ହେଲେ ୧୨ହଜାରରୁ ଅଧିକ ପଜିଟିଭ୍‌, ସର୍ବାଧିକ ୨୭ ମୃତ appeared first on OdishaLIVE.


Viewing all articles
Browse latest Browse all 11715

Trending Articles