Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ‘ପ୍ଲାଜମା ଥେରାପି’ବରଦାନ

$
0
0

 ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ‘ପ୍ଲାଜମା ଥେରାପି’ର ପ୍ରୟୋଗ କରାଯାଉଛି। ଓଡ଼ିଶାରେ ଏହି ଚିକିତ୍ସା ପଦ୍ଧତି ଜାରି ରହିଛି। ରାଜ୍ୟରେ ଏହି ଥେରାପି ସଫଳ ହେଉଥିବାରୁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଉତ୍ସାହର ସହ ପ୍ଲାଜମା ଦାନ କରୁଛନ୍ତି। ପ୍ଲାଜମା ଦାତାଙ୍କ ଏହି ପଦକ୍ଷେପ ଅନେକ ଗୁରୁତର ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇ ପାରୁଛି।

ପ୍ରଥମ ଲହରରେ ଯେତେବେଳେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିଥଲା ସେତେବେଳେ ପ୍ଲାଜ୍‌ମା ଥେରାପି କରୋନା ଚିକିତ୍ସାରେ ଆଶାର କିରଣ ଦେଖାଇଥିଲା। ଦିଲ୍ଲୀ, ମହାରାଷ୍ଟ୍ରରେ ପ୍ରଥମେ କୋଭିଡ୍‌ ରୋଗୀଙ୍କଠାରେ ଏହି ପରୀକ୍ଷା କରାଯାଇଥିଲା। ସେଠାରେ ଏହା କିଛିଟା ସଫଳ ହେବା ପରେ ଏହି ବ୍ୟବସ୍ଥା ଗ୍ରହଣ କରିବାରେ ଓଡ଼ିଶା ହେଉଛି ତୃତୀୟ ରାଜ୍ୟ।

ରାଜ୍ୟର ୬ଟି ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ୍‌

ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଜଲେଜ ଓ ହସ୍ପିଟାଲ (କଟକ)ରେ ପ୍ରଥମ ପ୍ଲାଜମା ବ୍ୟାଙ୍କ୍‌ ଉଦଘାଟିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୦ ଜୁଲାଇ ୧୬ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିଥିଲେ। ଏହାପରେ କ୍ୟାପିଟାଲ ହସ୍ପିଟାଲ (ଭୁବନେଶ୍ୱର), ଏମକେସିଜି (ବ୍ରହ୍ମପୁର), ଭିମସାର (ସମ୍ବଲପୁର), ଆଇଜିଏସ୍‌ (ରାଉରକେଲା), ଏସଏଲଏନ୍‌ (କୋରାପୁଟ) ମେଡିକାଲରେ ପ୍ଲାଜମା ବ୍ୟାଙ୍କ ଖୋଲା ଯାଇଥିଲା। ଏହାମଧ୍ୟରୁ ରାଜ୍ୟର ନୋଡାଲ ପ୍ଲାଜମା ସେଣ୍ଟର ହେଉଛି ଏସ୍‌ସିବି। ସେହିପରି ରାଜ୍ୟରେ ପ୍ଲାଜମା ଥେରାପି ବିନା ମୂଲ୍ୟରେ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଓଡ଼ିଶାରେ ପ୍ଲାଜ୍‌ମା ଥେରାପିର ସଫଳତା

ପ୍ରଥମ ଲହରରେ ଆମ ରାଜ୍ୟରେ ସମସ୍ତ ୬ଟି ଯାକ ପ୍ଲାଜ୍‌ମା ବ୍ୟାଙ୍କରୁ ୪ ହଜାର ୭୫୬ ୟୁନିଟ ପ୍ଲାଜମା ସଂଗ୍ରହ ହୋଇଛି। ୩ ହଜାର ୩୩ ରୋଗୀଙ୍କୁ ପ୍ଲାଜ୍‌ମା ଦିଆଯାଇଛି। ସେଥିରୁ ୨ ହଜାର ୫୩୦ ଜଣ ସୁସ୍ଥ ହୋଇଛନ୍ତି। ଏହା ପ୍ଲାଜମା ଥେରାପିର ସଫଳତାକୁ ଦର୍ଶାଉଛି।

ରାଜ୍ୟ ସରକାର ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟ ଜିଲ୍ଲାରୁ ଆସୁଥିଲେ ତାଙ୍କ ଯିବା ଆସିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହାସହିତ ସେମାନଙ୍କୁ ସରକାରଙ୍କ ତରଫରୁ ସାର୍ଟିଫିକେଟ ମଧ୍ୟ ଦିଆଯାଉଛି।

ପ୍ଲାଜମା ଦାନ କରିବାକୁ ରାଜ୍ୟ ସରକାରଙ୍କ ଆହ୍ୱାନ

କୋଭିଡ ରୋଗୀଙ୍କଠାରେ ପ୍ଲାଜ୍‌ମା ଥେରାପି ଭଲ କାମ ଦେଉଛି। ସେମାନେ ସୁସ୍ଥ ହେଉଛନ୍ତି। ତେଣୁ ରାଜ୍ୟ ସରକାର କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦେବାକୁ ଆହ୍ୱାନ ଦେଉଛନ୍ତି। ଏଥିପାଇଁ ରାଜ୍ୟ ସରକାର ସେମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଅନ୍ୟ ଜିଲ୍ଲାରୁ ଆସୁଥିଲେ ତାଙ୍କ ଯିବା ଆସିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ପ୍ଲାଜମା ଦାତାଙ୍କ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯାଉଛି। ଏହାସହିତ ସେମାନଙ୍କୁ ସରକାରଙ୍କ ତରଫରୁ ସାର୍ଟିଫିକେଟ ଦିଆଯାଉଛି।

ପ୍ଲାଜମା ଦାନ କରିବେ କିପରି?

କରୋନାରୁ ସୁସ୍ଥ ବ୍ୟକ୍ତି ପ୍ଲାଜମା ଦେବାକୁ ଇଚ୍ଛୁକ ଥିଲେ ସେମାନେ ନିଜ ନାମ ପଞ୍ଜୀକୃତ କରିପାରିବେ। ପଞ୍ଜୀକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ଓ୍ୱେବ ସାଇଟ୍‌ ଖୋଲାଯାଇଛି। ସେମାନଙ୍କ ନାମ ପଞ୍ଜୀକୃତ ହେବା ପରେ ସେମାନଙ୍କର କାଉନସେଲିଂ କରାଯାଉଛି। ଏହାପରେ ପ୍ଲାଜମା ଦାତାମାନେ ସେମାନଙ୍କ ପ୍ଲାଜମା ଦାନ କରୁଛନ୍ତି।

ଜଣେ ଡୋନର୍‌ କରୋନାରୁ ସୁସ୍ଥ ହେବାର ୧୪ ଦିନ ପରେ ପ୍ଲାଜମା ଦେଇପାରିବେ। ଜଣେ ପ୍ଲାଜମା ଦେବା ପାଇଁ ୨ ଦିନ ସମୟ ଲାଗିବ। ପ୍ରଥମେ ଦାତାଙ୍କର ପରୀକ୍ଷା କରାଯିବ। ରିପୋର୍ଟ ଆସିଲା ପରେ ସେ ପ୍ଲାଜମା ଦେଇପାରିବେ।

The post ଗୁରୁତର କୋଭିଡ୍ ରୋଗୀଙ୍କ ପାଇଁ ‘ପ୍ଲାଜମା ଥେରାପି’ ବରଦାନ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images