Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବଲିଉଡର ୪ ଧନୀ ଅଭିନେତ୍ରୀ – ବର୍ଷକୁ ରୋଜଗାର କରନ୍ତି କୋଟି କୋଟି ଟଙ୍କା

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ଓ ଅଭିନେତ୍ରୀ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ନେଇଥାନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଫିଲ୍ମ କେବଳ ସେମାନଙ୍କ ରୋଜଗାରର ଗୋଟିଏ ପନ୍ଥା ନୁହେଁ। ଫିଲ୍ମ ବ୍ୟତୀତ ବିଭିନ୍ନ ବିଜ୍ଞାପନ କରି ମଧ୍ୟ ସେମାନେ ଟଙ୍କା ରୋଜଗାର କରିଥାନ୍ତି। ତେବେ ଆଜି ସେମିତି କିଛି ଅଭିନେତ୍ରୀଙ୍କୁ ଜାଣିବା ଯେଉଁମାନେ ବଲିଉଡର ସବୁଠୁ ଧନୀ ଅଭିନେତ୍ରୀଙ୍କ ତାଲିକାରେ ରହିଛନ୍ତି।

କାଜଲ

ଅଭିନେତ୍ରୀ କାଜଲ, ସବୁ ପ୍ରକାର ଅଭିନୟ କରିପାରନ୍ତି ସେ। କାଜଲ ପ୍ରାୟ ପ୍ରତ୍ୟେକ ଅଭିନେତାଙ୍କ ସହ ଫିଲ୍ମରେ କାମ କରିଛନ୍ତି । ସେ ତାଙ୍କ କ୍ୟାରିୟର ସବୁଠୁ ଅଧିକ ହିଟ୍‌ ଶାହରୁଖ ଖାନଙ୍କ ସହିତ ଫିଲ୍ମ କରି ହୋଇଛନ୍ତି। ଏବେ ବି ସେ ଫିଲ୍ମ ଦୁନିଆରେ ଆକ୍ଟିଭ ଅଛନ୍ତି। ଏକ ରିପୋର୍ଟ ଅନୁସାରେ କାଜଲ ବର୍ଷକୁ ପ୍ରାୟ ୧୨ କୋଟି ଟଙ୍କା ଆୟ କରନ୍ତି।

ଦୀପିକା ପାଦୁକୋନ

ବଲିଉଡର ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦୀପିକା ପାଦୁକୋନ ଜଣେ। ଦୀପିକା ବଲିଉଡକୁ ଏକାଧିକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ଖୁବଶୀଘ୍ର ଦୀପିକାଙ୍କୁ ଫିଲ୍ମ ‘୮୦’ରେ ମଧ୍ୟ ନଜର ଆସିବାକୁ ଯାଉଛନ୍ତି। ତେବେ ଦୀପିକାଙ୍କ ବାର୍ଷିକ ଆୟ ହେଉଛି ୩୦ କୋଟିରୁ ଅଧିକ।

କରୀନା କପୁର ଖାନ

ବଲିଉଡରେ ‘ବେବୋ’ ନାମରେ ଜଣାଶୁଣା ଅଭିନେତ୍ରୀ କରୀନା କପୁର ଖାନ ଏବେ ମଧ୍ୟ ଫିଲ୍ମରେ ସକ୍ରିୟ ଅଛନ୍ତି। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ପରଦାକୁ ଆସୁଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, କରୀନା କପୁର ଫିଲ୍ମ ଓ  ବିଜ୍ଞାପନରୁ ବର୍ଷକୁ ୨୩ରୁ ୨୫ ​​କୋଟି ରୋଜଗାର କରନ୍ତି।priyanka chopra-2

ପ୍ରିୟଙ୍କା ଚୋପ୍ରା

ପ୍ରିୟଙ୍କା ଚୋପ୍ରା କେବଳ ଦେଶରେ ନୁହେଁ ବିଦେଶରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ପ୍ରିୟଙ୍କା ନ୍ୟୁୟର୍କରେ ‘ସୋନା’ ନାମକ ଏକ ରେସ୍ତୋରାଁ ଖୋଲିଛନ୍ତି। ବଲିଉଡ, ହଲିଉଡ ଓ ବିଜ୍ଞାପନରୁ ବର୍ଷକୁ ପ୍ରିୟଙ୍କା ପ୍ରାୟ ୨୭ କୋଟି ରୋଜଗାର କରନ୍ତି।

The post ବଲିଉଡର ୪ ଧନୀ ଅଭିନେତ୍ରୀ – ବର୍ଷକୁ ରୋଜଗାର କରନ୍ତି କୋଟି କୋଟି ଟଙ୍କା appeared first on OdishaLIVE.


Viewing all articles
Browse latest Browse all 11715

Trending Articles