ଓଡ଼ିଶାଲାଇଭ୍ ବ୍ୟୁରୋ![]()
କିଛି ଦିନର ବ୍ୟବଧାନପରେ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଭୁବନେଶ୍ୱରର ଶିକ୍ଷାନୁଷ୍ଠାନମାନଙ୍କରୁ ଚିହ୍ନଟ ହେଉଥିବା ସଂକ୍ରମିତ ପ୍ରଶାସନ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ତେଣୁ ଉଭୟ ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ କରୋନା ଟିକା ଦିଆଯିବ। ଏନେଇ ବିଏମସି କମିସନର ପ୍ରେମଚନ୍ଦ ଚୌଧାରୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, “୫ଟି ବିଭାଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ୪୫ ବର୍ଷରୁ ଅଧିକ ଶିକ୍ଷକଙ୍କ ସମେତ ଉଠା ଦୋକାନୀ, ମଲ୍, ରେଷ୍ଟୁରାଣ୍ଟ ଓ ବିଦ୍ୟୁତ୍ କର୍ମଚାରୀଙ୍କୁ ଗୁରୁତ୍ୱ ଦେଉଛୁ। ଆସନ୍ତା ୧ମାସ ଭିତରେ ଏମାନଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି।”
କରୋନା ଚିହ୍ନଟ ପରେ ବିଏମ୍ସି ପକ୍ଷରୁ ଭୁବନେଶ୍ୱରର ଏକ୍ସଆଇଏମଭି, ଆଲେନ ଇଷ୍ଟିଚ୍ୟୁଟ ଓ ଆଇଆଇଟିକୁ ସିଲ୍ କରାଯାଇଛି। ଏଥିସହ ଆଜି ଏକ ଘରୋଇ ସ୍କୁଲରୁ ୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଚିହ୍ନଟ ପରେ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଗକୁ ଏକ କଣ୍ଟାକ୍ଟ ଟ୍ରେସିଂ ଡେସ୍କ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି କମିସନର।
The post ଭୁବନେଶ୍ୱର ଶିକ୍ଷାନୁଷ୍ଠାନରେ କରୋନା – ସରକାରୀ ଓ ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦିଆଯିବ ଟିକା appeared first on OdishaLIVE.