Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଧାନସଭା ବଜେଟ ଅଧିବେଶନ – ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲାରେ କମ୍ପିଲା ଗୃହ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରଥମ ଦିନରେ ହିଁ ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହ କମ୍ପିଛି। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଶୁକବ୍ରାର ଦିନ ୧୦ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଧାନମଣ୍ଡିରେ ଅବ୍ୟବସ୍ଥାକୁ ନେଇ ଗୃହରେ ସ୍ୱର ଉଠାଇଥିଲା ବିଜେପି। ଏମିତିକି ବଜେଟ୍ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଭିଭାଷଣ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ପୋଡିୟମ ତଳକୁ ଯାଇ ପ୍ରତିବାଦ କରିଥିଲେ।

ଅନ୍ୟପଟେ ବିରୋଧୀ ଦଳ କଂଗ୍ରେସ ରାଜ୍ୟପାଳଙ୍କ ଅଭିଭାଷଣରୁ ପ୍ରତିବାଦ କରିବା ଆରମ୍ଭ କରିଦେଇଥିଲେ। ଗୃହରେ କୋଟିଆ ପ୍ରସଙ୍ଗକୁ ନେଇ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ। ପରେ କଂଗ୍ରେସର ସଦସ୍ୟ କକ୍ଷ ତ୍ୟାଗ କରିଥିଲେ।

The post ବିଧାନସଭା ବଜେଟ ଅଧିବେଶନ – ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲାରେ କମ୍ପିଲା ଗୃହ appeared first on OdishaLIVE.


Viewing all articles
Browse latest Browse all 11715

Trending Articles