ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଏଣିକି ଜେଲ ଅନ୍ତେବାସୀଙ୍କୁ ତାଙ୍କ ପରିବାର ସଦସ୍ୟ ସହଜରେ ସାକ୍ଷାତ କରିପାରିବେ। ଏଥିପାଇଁ ଜେଲରେ ଆରମ୍ଭ ହୋଇଛି ଇ-ମୁଲାକାତ ସେବା। ରାଜ୍ୟସରକାର ଇ-ମୁଲାକାତ ସେବା ପାଇଁ ଜେଲ ନିର୍ଦ୍ଦେଶାଳୟକୁ ଅନୁମତି ଦେଇଥିବାବେଳେ, ଏହାକୁ ନେଇ ଗୃହ ବିଭାଗର ଯୁଗ୍ମ ସଚିବ ବିଭୁତି ଭୂଷଣ ମିଶ୍ର ଜେଲ ଡିଜିଙ୍କୁ ଚିଠି ଲେଖି ଜଣାଇଛନ୍ତି।
କୋଭିଡ଼ କଟକଣା ସମୟରେ ଇ-ମୁଲାକାତ ସେବା ଆରମ୍ଭ ହୋଇଥିଲା। କିନ୍ତୁ ସେହି ସମୟରେ ଇଣ୍ଟରନେଟର ଅସୁବିଧା ଯୋଗୁଁ ଅନେକ ଜେଲରେ ସଠିକ୍ ଭାବରେ କାମ କରିପାରିନଥିଲା। ଧିରେଧିରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଏହି ସେବାକୁ ବନ୍ଦ କରି ଦିଆଯାଇଥିଲା। ତେବେ ପୁଣିଥରେ ଏହି ସେବା କଏଦୀଙ୍କ ପାଇଁ ଆରମ୍ଭ ହୋଇଛି।
ରାଜ୍ୟସରକାରଙ୍କ ୫ଟି ଅଧିନରେ ଆସୁଥିବା ଜେଲ ଓ କାରଗାର ବିଭାଗର ଚିତ୍ର, ଏବେ ପରିବର୍ତ୍ତନ ହେବାରେ ଲାଗିଛି। ଜେଲ ଭିତରେ ଅନ୍ତେବାସୀଙ୍କୁ ମିଳୁଛି ଅନେକ ସୁବିଧା। ଆଗରୁ ବିଭିନ୍ନ ଜେଲ ମାନଙ୍କରେ ତାର ଜାଲି ରହିଥିବାବେଳେ, ଏବେ ସେଗୁଡ଼ିକୁ କାଢ଼ି ଗ୍ଲାସ ଲଗାଯାଇଛି। ଜେଲରେ ୱାକିଟକିର ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁର, ଚୌଦ୍ୱାର, ଜୟପୁର, ଭବାନୀପାଟଣା ଜେଲମାନଙ୍କରେ କଏଦୀଙ୍କ ପାଇଁ ଲାଗିଛି ସୋଲାର ହିଟର। ଭୁବନେଶ୍ୱର ଓ କଟକ ଜେଲରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ୱିସିଙ୍ଗମେସିନ, ଘର ସଫା ମେସିନ, ମଶା ମରା ମେସିନ ଆଦିର ବନ୍ଦୋବସ୍ତ କରାଯାଇଛି।
The post ଓଡ଼ିଶାରେ କଏଦୀଙ୍କ ପାଇଁ ଇ-ମୁଲାକାତ ସେବା ଆରମ୍ଭ appeared first on OdishaLIVE.