Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ପଦ୍ମଶ୍ରୀ’ ପାଇବେ ଶାନ୍ତି ଦେବୀ – ଆଦିବାସୀ ଓ ଅନାଥ ପିଲାଙ୍କ ଭବିଷ୍ୟତ ପାଇଁ କରୁଛନ୍ତି ଅହରହ କାମ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ସମାଜସେବୀ ଶାନ୍ତି ଦେବୀ ପାଇବେ ଭାରତ ସରକାରଙ୍କ ମର୍ଯ୍ୟାଦାପୂର୍ଣ୍ଣ ପଦ୍ମଶ୍ରୀ ପୁରଷ୍କାର। ଏହି ପୁରଷ୍କାର ଘୋଷଣା ହେବା ପରେ ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମାଜସେବା କ୍ଷେତ୍ରରେ ଉଲ୍ଲଖନୀୟ ଭୂମିକା ଗ୍ରହଣ କରି ଶାନ୍ତି ଦେବୀ ସାରାଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ ସେ କେନ୍ଦ୍ର ସରକାର ପକ୍ଷରୁ ରାଷ୍ଟ୍ରପତି ଉପାଧି ପାଇବା ସହିତ ପ୍ରସିଦ୍ଧ ଜମୁନାଲାଲ ବାଜାଜ ପୁରସ୍କାର, ଟାଇମସ୍ ଅଫ୍ ଇଣ୍ଡିଆ ସମ୍ମାନ, ଓଡ଼ିଶା ମାନବାଧିକାର ସମ୍ମାନ, ସାରଳା ସମ୍ମାନ ଓ ନିଳିମାରାଣୀ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇସାରିଛନ୍ତି।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ନିଷ୍ପେସିତ, ଅନାର୍ଥ ପିଲାମାନଙ୍କୁ ସେବା ସମାଜ ପ୍ରିତିଷ୍ଠା କରି ଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କୁ ଭବିଷ୍ୟତରେ ସ୍ୱାବଲମ୍ବୀ କରିବାକୁ ଶାନ୍ତିଦେବୀ ନିଜର ଅହରହ ଉଦ୍ୟମ ଚଳାଇଛନ୍ତି । ସ୍ୱାମୀ ଗାନ୍ଧିବାଦୀ ନେତା ସ୍ୱର୍ଗତ ରତନ ଦାଶଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁଦୁର ବାଲେଶ୍ୱର ଜିଲ୍ଲାରୁ ଶାନ୍ତି ଦେବୀ ଦୁର୍ଗମ ଜିଲ୍ଲା ରାୟଗଡ଼ାକୁ ଚାଲି ଆସିଥିଲେ। ନିଷ୍ପେସିତଙ୍କ ସେବା କରିବାକୁ ମନବଳାଇ ପ୍ରଚେଷ୍ଟା ଆରମ୍ଭ କରିଥିଲେ।

ଏହାପରେ ସେ ଭୂ-ଦାନ ଆନ୍ଦୋଳନ, ଜମାଦାର ବିରୋଧି ଆନ୍ଦୋଳନ ଓ ଗୋପାଳନ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଗୁଣୁପୁର, ପଦ୍ମପୁର ବ୍ଲକ ଜବରଗୁଡ଼ା ଓ ରାୟଗଡ଼ା ସହର ନୂଆ ବସଷ୍ଟାଣ୍ଡଠାରେ ସେବା ସମାଜ ଗଢି ଅସହାୟ ଓ ଅନାର୍ଥ ପିଲାଙ୍କୁ ସ୍ୱାବଲମ୍ବୀ କରିବା ସହିତ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ନିସ୍ୱାର୍ଥପର ସେବା ଚଳାଇଛନ୍ତି।

ଚଳିତବର୍ଷ ଦେଶରୁ ମୋଟ ୧୧୯ ଜଣ ପଦ୍ମ ସମ୍ମାନ ପାଇବେ। ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୬ ଜଣ ଅଛନ୍ତି। ବିଶିଷ୍ଟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମବିଭୂଷଣ’ ପାଇଁ ମନୋନୀତ ହୋଇଥିଲା ବେଳେ ଅନ୍ୟ ୫ ଜଣ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ସାହିତ୍ୟ ଓ ଶିକ୍ଷା ପାଇଁ ରଜତ କୁମାର ଓ ନନ୍ଦ ପୃଷ୍ଟି, ସମାଜସେବା ଶାନ୍ତି ଦେବୀ, କଳା ପାଇଁ ପୂର୍ଣ୍ଣମାସୀ ଯାନୀ, ଚିକିତ୍ସା ପାଇଁ ଡାକ୍ତର କୃଷ୍ଣମୋହନ ପାଠୀ ମନୋନୀତ ହୋଇଛନ୍ତି।

The post ‘ପଦ୍ମଶ୍ରୀ’ ପାଇବେ ଶାନ୍ତି ଦେବୀ – ଆଦିବାସୀ ଓ ଅନାଥ ପିଲାଙ୍କ ଭବିଷ୍ୟତ ପାଇଁ କରୁଛନ୍ତି ଅହରହ କାମ appeared first on OdishaLIVE.


Viewing all articles
Browse latest Browse all 11715

Trending Articles