ଓଡ଼ିଶାଲାଇଭ୍ ବ୍ୟୁରୋ![]()
ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ସହିଦ ବୀର ଯବାନ ଓ କୋଭିଡ ଯୋଦ୍ଧାଙ୍କୁ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହାସହିତ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବିକାଶପଥରେ ଓଡ଼ିଶାର ଯାତ୍ରା ସମ୍ପର୍କରେ କହିଛନ୍ତି।
‘‘ଦେଶର ବିକାଶ ମାନଚିତ୍ରରେ ଓଡ଼ିଶା ନିଜର ସ୍ଥିତି ମଜଭୁତ କରିଛି। କୃଷି, ଶିଳ୍ପ, ଅର୍ଥନୀତି ଆଦି କ୍ଷେତ୍ରରେ ଓଡ଼ିଶା ଉନ୍ନତି କରୁଛି। ରାଜ୍ୟରେ ଜଳସେଚନ କ୍ଷମତା ଓ କୃଷି ଉତ୍ପାଦନ ବଢ଼ୁଛି। ଚାଷୀଙ୍କ ରୋଜଗାର ବଢ଼ିଛି। ରାଜ୍ୟକୁ ନୂଆ ନୂଆ ପୁଞ୍ଜି ଆସିଛି। ଭିତ୍ତିଭୂମିର ବିକାଶ ହୋଇଛି। ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ଚେଷ୍ଟା ଚାଲିଛି’’, କହିଛନ୍ତି ମୁଖ୍ୟମନ୍ତ୍ରୀ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖାଦ୍ୟ ସୁରକ୍ଷାଠୁ ଆରମ୍ଭ କରି ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ରାଜ୍ୟରେ ବହୁ କଲ୍ୟାଣକାରୀ କାର୍ଯ୍ୟକ୍ରମ ପରିଚାଳନାରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର ରହିଛି। ଏହା ଲୋକଙ୍କ ମୁହଁରେ ହସ ଆଣିଛି। ଜନଜାତି ବର୍ଗର ବିକାଶ ଓ କଲ୍ୟାଣ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏହା ସେମାନଙ୍କୁ ବିକାଶର ମୁଖ୍ୟଧାରାରେ ଯୋଡ଼ିପାରିଛି। ମାଲକାନଗିରିର ବିଚ୍ଛିନାଞ୍ଚଳର ବିକାଶ ଲୋକଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି।
ଗତ ୧୦ ମାସ ହେଲା ଦେଶ କରୋନା ସହ ଲଢ଼ୁଛି। ଏହି ଲଢ଼େଇ ଓଡ଼ିଶା ଆଗରେ ରହିଛି। କରୋନାକୁ ଓଡ଼ିଶା ସଫଳତାର ସହ ନିୟନ୍ତ୍ରଣ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
The post ଗଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା – ‘‘ଦେଶର ବିକାଶ ମାନଚିତ୍ରରେ ଓଡ଼ିଶାର ସ୍ଥିତି ମଜଭୁତ’’ appeared first on OdishaLIVE.