ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ଆଜି ବିଭିନ୍ନ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ସବୁଠୁ ଖାସ କଥା ଦେଶବାସୀ ପ୍ରଥମ ଥର ପାଇଁ ଓଡ଼ିଶାର କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ ଦେଖିଛନ୍ତି। ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ର ୮୦ ଜଣିଆ ଟିମ୍ ରାଜପଥରେ ବଜାସାଲ ନୃତ୍ୟ ପରିବେଷଣ କରିଛନ୍ତି।
ଏହି ଟିମ୍ଦି ଲ୍ଲୀରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ତତ୍ତ୍ୱାବଧାନରେ ରହି ନୃତ୍ୟ ପରିବେଷଣ ପାଇଁ ଅଭ୍ୟାସ ଜାରି ରଖିଥିଲେ। ଆଜି ରାଜପଥରେ କଳାହାଣ୍ଡିର ଏହି ନୃତ୍ୟ ପାଇଁ ପୂରା ରାଜ୍ୟ ଗୌରବାନ୍ୱିତ ହୋଇଛି।
ଅନ୍ୟପଟେ ଆଜି ବିଭିନ୍ନ ରାଜ୍ୟର ୧୮ଟି ପ୍ରଜ୍ଞାପନ ମେଢ଼ ଏହି ଜାତୀୟସ୍ତର ପରେଡରେ ସାମିଲ ହୋଇଥିଲେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। କରୋନାକୁ ଦୃଷ୍ଟି ରଖି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଗତବର୍ଷ ପରେଡ୍ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନିତ ହେବା ସହ ସାଂସ୍କୃତିକ ଦଳ ନୃତ୍ୟ ପରିବେଷଣ କରି ପ୍ରଥମ ପୁରସ୍କାର ପାଇଥିଲା। ଏ ବର୍ଷ କିନ୍ତୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାମିଲ ହୋଇନାହିଁ।
The post ରାଜପଥରେ ମନ ମୋହିଲା କଳାହାଣ୍ଡିର ‘ବଜାସାଲ୍’ appeared first on OdishaLIVE.