Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସୁଧୁରିଲେନିରେ ଅଷ୍ଟ୍ରେଲିଆ ଦର୍ଶକ – ଗାବା ଟେଷ୍ଟରେ ସିରାଜ ଏବଂ ୱାସିଂଟନଙ୍କୁ ଗାଳିଗୁଲଜ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ସିଡନୀ ପରେ ଗାବା ଟେଷ୍ଟରେ ମଧ୍ୟ ଅଷ୍ଟ୍ରେଲୀୟ ଦର୍ଶକଙ୍କ ଗାଳିଗୁଲଜର ଶିକାର ହେଲେ ଟିମ୍ ଇଣ୍ଡିଆ ଖେଳାଳି। ଶୁକ୍ରବାର ଚତୁର୍ଥ ଟେଷ୍ଟ ଚାଲିଥିବାବେଳେ କିଛି ଅଷ୍ଟ୍ରେଲୀୟ ପ୍ରଶଂସକ ମହମ୍ମଦ ସିରାଜ ଓ ୱାସିଂଟନ ସୁନ୍ଦରଙ୍କୁ ଅଭଦ୍ର ଭାଷାରେ ଗାଳି କରିଥିବା ଖବର ମିଳିଛି।

ଭାରତୀୟ ଖେଳାଳିମାନେ ପଡ଼ିଆ କଡ଼ରେ ଫିଲଡିଂ କରୁଥିବାବେଳେ ଅଷ୍ଟ୍ରେଲୀୟ ପ୍ରଶଂସକମାନେ ସେମାନଙ୍କୁ ଅଭଦ୍ର ଭାଷାରେ ଗାଳି କରିଥିଲେ। ଯାହା କ୍ରିକେଟ୍ ଅଷ୍ଟ୍ରେଲିଆକୁ ପୁଣି ଚିନ୍ତାରେ ପକାଇଛି।ଏହାପୂର୍ବରୁ ଭାରତ-ଅଷ୍ଟ୍ରେଲିଆ ସିଡନୀ ଟେଷ୍ଟରେ ମଧ୍ୟ ମହମ୍ମଦ ସିରାଜ, ଜଶପ୍ରୀତ ବୁମରାଙ୍କୁ ଅଷ୍ଟ୍ରେଲୀୟ ଦର୍ଶକମାନେ ଖରାପ ବ୍ୟବହାର କରିଥିଲେ। ଏଥିନେଇ ବିସିସିଆଇ ମଧ୍ୟ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଚିଠି ଲେଖିଥିଲା। ଏହାପରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲା। ଏବେ ଗାବା ଟେଷ୍ଟରେ ପୁଣି ସେହି ସମାନ ଘଟଣା ଦେଖାଯିବା କ୍ରିକେଟ୍ ଅଷ୍ଟ୍ରେଲିଆର ଚିନ୍ତା ବଢ଼ାଇଛି।

ସୂଚନାଯୋଗ୍ୟ ଯେ, ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଆଜିଠୁ ଗାବା ଟେଷ୍ଟ ଆରମ୍ଭ ହୋଇଛି। ସିରିଜ୍ ୧-୧ରେ ବରାବର ଥିବାରୁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଯେଉଁ ଦଳ ଏହି ମ୍ୟାଚରେ ବିଜୟୀ ହେବ ସେହିଦଳ ସିରିଜ ଉପରେ କବଜା କରିବ।

The post ସୁଧୁରିଲେନିରେ ଅଷ୍ଟ୍ରେଲିଆ ଦର୍ଶକ – ଗାବା ଟେଷ୍ଟରେ ସିରାଜ ଏବଂ ୱାସିଂଟନଙ୍କୁ ଗାଳିଗୁଲଜ appeared first on OdishaLIVE.


Viewing all articles
Browse latest Browse all 11715

Trending Articles