Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜାନୁଆରି ୩୧ରୁ ଦେଶବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଟିକାକରଣ ପାଇଁ ଦେଶରେ ଆରମ୍ଭ ହେବାକୁ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ୨୦୨୧କୁ ସ୍ଥଗିତ ରଖାଯାଇଥିଲା। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପୋଲିଓ କାର୍ଯ୍ୟକ୍ରମର ନୂଆ ତାରିଖ ପ୍ରକାଶ ପାଇଛି। ଜାନୁଆରି ୩୧ରୁ ଦେଶବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଜାନୁଆରି ୩୦ ତାରିଖ ପୂର୍ବାହ୍‌ଣ ୧୧.୪୫ ମିନିଟରେ ରାଷ୍ଟ୍ରପତିଙ୍କ ଭବନ ପରିସରରେ କେତେକ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଏହା ପରେ ଜାନୁଆରି ୩୧ ତାରିଖ ଦିନ ସାରା ଦେଶରେ ୫ ବର୍ଷରୁ କମ୍ ପିଲାମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ।

ଜାନୁଆରି ୧୭ ତାରିଖରେ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଥିଲା। ମାତ୍ର ୧୬ ତାରିଖରୁ କୋଭିଡ୍ ଟିକାକରଣ ଆରମ୍ଭ ହେଉଥିବାରୁ କେନ୍ଦ୍ର ସରକାର ପୋଲିଓ କାର୍ଯ୍ୟକ୍ରମ ସ୍ଥଗିତ କରିଥିଲେ।

The post ଜାନୁଆରି ୩୧ରୁ ଦେଶବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ appeared first on OdishaLIVE.


Viewing all articles
Browse latest Browse all 11715

Trending Articles