Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦେଶର ସର୍ବକନିଷ୍ଠ ଅଙ୍ଗଦାତା ଧନିଷ୍ଠା – ୫ ଜଣଙ୍କୁ ଦେଲେ ନୂଆ ଜୀବନ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦିଲ୍ଲୀର ଧନିଷ୍ଠା ସର୍ବକନିଷ୍ଠ ଅଙ୍ଗଦାତା
  • ବାଲକୋନିରୁ ଖସିପଡ଼ିଥିଲେ
  • ବ୍ରେନ ଡେଡ୍‌ ଘୋଷଣା ପରେ ହେଲା ଅଙ୍ଗଦାନ
  • ୫ ଜଣଙ୍କୁ ମିଳିଲା ନୂଆ ଜୀବନ

ଦୁନିଆ କ’ଣ ବୁଝିବା ଆଗରୁ ଆଖି ସିନା ବୁଜିଦେଲା, କିନ୍ତୁ ନିଜ ଜୀବନ ବଦଳରେ ୫ ଜଣଙ୍କୁ ଜୀବନ ଦେଇଗଲା ଦିଲ୍ଲୀର ଦେଢ଼ବର୍ଷର ଝିଅ ଧନିଷ୍ଠା। ନିଜର ୫ଟି ଅଙ୍ଗଦାନ କରି ଦେଶର ସର୍ବକନିଷ୍ଠ ଅଙ୍ଗଦାତା ପାଲଟିଗଲା ଧନିଷ୍ଠା।

ଦିଲ୍ଲୀର ରୋହିଣୀ ଅଞ୍ଚଳରେ ବାସୀନ୍ଦା ଆଶିଷ କୁମାର ଓ ବବିତାଙ୍କ ଝିଅ ଧନିଷ୍ଠା। ଗତ ଜାନୁଆରି ୮ ତାରିଖରେ ଖେଳୁଥିବା ସମୟରେ ଛାତ ଉପରୁ ଖସି ପଡ଼ିଥିଲେ ଧନିଷ୍ଠ। ଏହାପରେ ସେ ବେହୋସ ହୋଇପଡ଼ିଥିଲା। ପରିବାର ଲୋକ ଧନିଷ୍ଠାକୁ ସାର୍ ଗଙ୍ଗାରାମ୍‌ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ବହୁତ ଚେଷ୍ଟା କରିବା ପରେ ବି ଡାକ୍ତର ଧନିଷ୍ଠାଙ୍କୁ ହୋସ୍‌କୁ ଆଣିପାରିନଥିଲେ।

ଫଳରେ ଜାନୁଆରି ୧୧ ତାରିଖରେ ଡାକ୍ତର ତାକୁ ବ୍ରେନ ଡେଡ୍‌ ଘୋଷଣା କରିଥିଲେ। ବ୍ରେନ ଛଡ଼ା ଧନିଷ୍ଠାର ସବୁ ଅଙ୍ଗ ଠିକରେ କାମ କରୁଥିଲା। ଝିଅର ଏମିତି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିବା ବାପା, ମା’ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଡାକ୍ତରଙ୍କ ସହ ପରାମର୍ଶ କରି ସେ ଝିଅର ଅଙ୍ଗଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।

ଧନିଷ୍ଠାଙ୍କ ବାପା ଆଶିଷଙ୍କ କହିବା କଥା,‘‘ଆମେ ହସ୍ପିଟାଲରେ ରହିବା ସମୟରେ ଏମିତି ବହୁତ ରୋଗୀଙ୍କୁ ଦେଖିଲୁ, ଯେଉଁମାନଙ୍କୁ ଅଙ୍ଗ ଆବଶ୍ୟକ। ତେଣୁ ଆମେ ତ ଆମ ଝିଅକୁ ହରାଇ ଦେଲୁ ହେଲେ ତା’ର ଅଙ୍ଗାଦାନ କରି ଅନ୍ୟ ଭିତରେ ଆମ ଝିଅକୁ ଦେଖିବୁ ବୋଲି ଏଭଳି ନିଷ୍ପତ୍ତି ନେଲୁ’’।

ଧନିଷ୍ଠା ହାର୍ଟ, ଲିଭର, ଦୁଇଟି ଯାକ କିଡନୀ, କାର୍ଣ୍ଣିଆ ଦାନ କରିଛି। ସାର ଗଙ୍ଗାରାମ ହସ୍ପିଟାଲରେ ଆଉ ୫ ଜଣ ରୋଗୀଙ୍କ ଶରୀରରେ ଏହି ସବୁ ଅଙ୍ଗ ପ୍ରତିରୋପଣ କରାଯାଇଛି।

ଧନିଷ୍ଠାଙ୍କ ପୂର୍ବରୁ ସୁରତର ଅଢ଼େଇ ବର୍ଷର ୟଶ ଓଝା ଦେଶର ସର୍ବ କନିଷ୍ଠ ଅଙ୍ଗଦାତା ଭାବେ ରେକର୍ଡ କରିଥିଲେ। ଏବେ ତାଙ୍କର ଏହି ରେକର୍ଡ ଭାଙ୍ଗିଛନ୍ତି ଦିଲ୍ଲୀର ଧନିଷ୍ଠା।

The post ଦେଶର ସର୍ବକନିଷ୍ଠ ଅଙ୍ଗଦାତା ଧନିଷ୍ଠା – ୫ ଜଣଙ୍କୁ ଦେଲେ ନୂଆ ଜୀବନ appeared first on OdishaLIVE.


Viewing all articles
Browse latest Browse all 11715

Trending Articles