Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟର କରୋନା ରିପୋର୍ଟ – ୨୫୧ ପଜିଟିଭ୍ ଚିହ୍ନଟ, ୪ ଆକ୍ରାନ୍ତ ମୃତ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୫୧ ନୂଆ କୋଭିଡ୍ ପଜିଟିଭ୍। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ଟପିଛି। ଏପଟେ କରୋନାରେ ଆକ୍ରାନ୍ତ ଥିବା ଆଉ ୪ ଆକ୍ରାନ୍ତ ଶୁକ୍ରବାର ଆଖି ବୁଜିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି।

ଶୁକ୍ରବାର ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ଅନୁଗୁଳରୁ ୩୧, ବରଗଡ଼ରୁ ୧୫, ବଲାଙ୍ଗିରରୁ ୧୩, ସୁନ୍ଦରଗଡ଼ରୁ ୩୪, ନୂଆପଡ଼ାରୁ ୨୩ ଓ ଖୋର୍ଦ୍ଧାରୁ ୧୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ଏବେ ମୋଟ୍ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୧୧୭କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩,୨୫,୭୩୩ ଜଣ ସୁସ୍ଥ ହୋଇସାରିଥିବାବେଳେ ଏବେ ବି ୨୪୫୧ ଜଣ ଆକ୍ରାନ୍ତ କରୋନାରେ ସକ୍ରିୟ ଅଛନ୍ତି ବୋଲି ରିପୋର୍ଟ ରହିଛି।

The post ରାଜ୍ୟର କରୋନା ରିପୋର୍ଟ – ୨୫୧ ପଜିଟିଭ୍ ଚିହ୍ନଟ, ୪ ଆକ୍ରାନ୍ତ ମୃତ appeared first on OdishaLIVE.


Viewing all articles
Browse latest Browse all 11715

Trending Articles