Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟରେ ଆରମ୍ଭ ହେଲା କରୋନା ଟିକାର ଡ୍ରାଏ ରନ୍

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

vaccineଓଡ଼ିଶାରେ ବିଧିବଦ୍ଧ ଭାବେ ଆରମ୍ଭ ହେଲା କରୋନା ଟିକାର ଡ୍ରାଏ ରନ୍। ସ୍ୱାସ୍ଥ୍ୟବିଭାଗର ସଚିବ ପ୍ରଦୀପ୍ତ ମହାପାତ୍ର ଶନିବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରେ କୋଭିଡ୍ ଟିକାକରଣ କେନ୍ଦ୍ର ଶୁଭାରମ୍ଭ କରିବା ସହିତ ଏହି ଡ୍ରାଏ ରନ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିସହ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଖୁବଶୀଘ୍ର ରାଜ୍ୟରେ ଟିକାକରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି।ଶନିବାର ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ କ୍ୟାପିଟାଲ ହସ୍ପିଟାଲରେ ଏହି ଡ୍ରାଏ ରନ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଥିରେ ପ୍ରତି ସ୍ଥାନରେ ୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯାଇଛି। ଟିକା ଉପଲବ୍ଧ ହେବା ପରେ ଟିକାକରଣ କିପରି ଭାବେ ହେବ ସେନେଇ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି।

ଗତକାଲି କୋଭିଡ୍ ଟିକା କୋଭିସିଲ୍ଡକୁ ବିଶେଷଜ୍ଞ କମିଟି ଅନୁମୋଦନ ଦେବା ପରେ ଦେଶରେ ଖୁବଶୀଘ୍ର ଟିକାକରଣ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ଏପଟେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ରାଜ୍ୟରେ ମଧ୍ୟ ଯଥାଶୀଘ୍ର ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି।

The post ରାଜ୍ୟରେ ଆରମ୍ଭ ହେଲା କରୋନା ଟିକାର ଡ୍ରାଏ ରନ୍ appeared first on OdishaLIVE.


Viewing all articles
Browse latest Browse all 11715

Trending Articles