Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ଫିଜିକାଲ’ରୁ ‘ଡିଜିଟାଲ’ – ୨୦୨୦ରେ ବଦଳିଲା ଶିକ୍ଷା ପଦ୍ଧତି

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋonline classes problem for students

ପାରମ୍ପରିକ ଧାରା ଭୁଲି ଡିଜିଟାଲ ପ୍ଲାଟଫର୍ମରେ ପାଠପଢ଼ିଲେ ପିଲା। ୨୦୨୦ର ଏହି ନୂଆ ଅନୁଭୂତିକୁ ନେଇ ଓଡ଼ିଶାଲାଇଭର ଫ୍ଲାସବ୍ୟାକ ରିପୋର୍ଟ ।

୨୦୨୦ରେ କରୋନା ଲୋକଙ୍କ ଢେର ପ୍ରଭାବିତ କରିଥିଲା ବେଳେ କିଛି ନୂଆ ଅନୂଭିତି ଦେଇଛି। କରୋନା ପାଇଁ ସବୁକିଛି ଡିଜିଟାଲ ମୋଡକୁ ଆସିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯାହା ହେଲା, ତା’ ହେଉଛି ଆମ ଶିକ୍ଷା ପଦ୍ଧତି। କରୋନା ପାଇଁ ପାରମ୍ପରିକ ଧାରାରୁ ବାହାରି ଡିଜିଟାଲ ପ୍ଲାଟଫର୍ମରେ ପାଠ ପଢ଼ିଲେ ପିଲା, ଯାହାକି ପୂର୍ବରୁ କେବେ ହୋଇନଥିଲା। ସ୍କୁଲ, କଳାପଟା, ଛାଡ଼ି ପିଲା ଯେ ଅନଲାଇନ ମାଧ୍ୟମରେ ପାଠ ପଢ଼ିବେ ତାହା କେହି କେବେ ଭାବିନଥିଲେ।

କ୍ଲାସରୁମ୍‌, କଳାପଟାରୁ ସ୍ମାର୍ଟଫୋନ, ଟାବଲେଟ୍‌

କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଆମ ଦେଶର ଭବିଷ୍ୟତ, ଅର୍ଥାତ ଛାତ୍ରଛାତ୍ରୀ। ମହାମାରୀ ପାଇଁ ସ୍କୁଲ, କଲେଜ, ତାଲିମ କେନ୍ଦ୍ର, ଗବେଷଣା କେନ୍ଦ୍ର ସବୁକିଛି ବନ୍ଦ ରହିଲା। ମହାମାରୀ କାଳରେ ଲକଡାଉନ ସଟଡାଉନ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ଯେପରି ପ୍ରଭାବିତ ନହୁଏ ତେଣୁ ଶିକ୍ଷାର୍ଥୀଙ୍କୁ ଘରେ ଅନଲାଇନରେ ପାଠ ପଢ଼ିବାକୁ ରାଜ୍ୟ ସରକାର କହିଥିଲେ। ତେଣୁ ପାଠପଢ଼ା ପାଇଁ ଏକମାତ୍ର ବିକଳ୍ପ ପାଲଟିଲା ଅନଲାଇନ କ୍ଲାସ। ସରକାରୀ, ବେସରକାରୀ ସ୍କୁଲ, କଲେଜ, ୟୁନିଭର୍ସିଟିର ସବୁ ପିଲା ଅନଲାଇନରେ ପାଠ ପଢ଼ିଲେ। କ୍ଲାସରୁମ ବଦଳରେ ପିଲା ସ୍ମାର୍ଟଫୋନ ଓ ଟାବଲେଟରେ ପାଠ ପଢ଼ିଲେ। ଏହା ପିଲା ଓ ଅଭିଭାବକଙ୍କୁ ନିଶ୍ଚୟ ଏକ ନୂଆ ଅନୁଭୂତି ଦେଲା।online class

ୟୁଟ୍ୟୁବ୍‌ରୁ କୋଚିଂ

କରୋନା ମହାମାରୀ ଯୋଗୁଁ ପିଲାଙ୍କ ଟ୍ୟୁସନ, କୋଚିଂ ସେଣ୍ଟର ବନ୍ଦ ରହିଛି। ଏପରି ସ୍ଥଳେ ଅନେକ ପିଲା ୟୁଟ୍ୟବ୍‌ରୁ କୋଚିଂ ନେବା ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା। ୟୁଟ୍ୟବୁରେ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଶିକ୍ଷକ ନିଜର ଶିକ୍ଷା ପଦ୍ଧତିର ଭିଡିଓ କରି ଛାଡ଼ିଥାନ୍ତି। ପିଲା ଏହିସବୁ ଭିଡିଓ ଦେଖି, ସେଥିରୁ ନୋଟ ପ୍ରସ୍ତୁତ କରି ପାଠ ପଢ଼ିଲେ। କେବଳ ୟୁଟ୍ୟୁବ୍‌ ନୁହେଁ, ବିଭିନ୍ନ ଗଣମାଧ୍ୟମ ମଧ୍ୟ ପିଲାଙ୍କ ପାଠ ପଢ଼ା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କଲା। ଯେଉଁଥିରେ ପିଲାମାନେ ଭିଡିଓ ମାଧ୍ୟମରେ ପାଠ ପଢ଼ିଲେ।

ଅନଲାଇନ ପରୀକ୍ଷା

ଖାଲି ପାଠ ପଢ଼ା ନୁହେଁ, ପିଲାଏ ଏଥର ଅନଲାଇନରେ ପରୀକ୍ଷା ମଧ୍ୟ ଦେଲେ। ବିଭିନ୍ନ ସରକାରୀ ଓ ବେସରକାରୀ ସ୍କଚଲ ଅନଲାଇନ ମାଧ୍ୟମରେ ପରୀକ୍ଷା ଆୟୋଜନ କରିଥିଲା। ଏ ବର୍ଷ ମାଟ୍ରିକ, ଯୁକ୍ତ ୨ ପରୀକ୍ଷା ନହୋଇଥିଲେ ବି ଅନଲାଇନରେ ପିଜି ଫାଇନାଲ ପରୀକ୍ଷା ହୋଇଛି। ପିଲାମାନେ ଅନଲାଇନରେ କିଭଳି ପରୀକ୍ଷା ଦେବେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଅନଲାଇନ ପରୀକ୍ଷା ମଧ୍ୟ ସମସ୍ତଙ୍କ ପାଇଁ ନୂଆ ଅନୁଭୂତି ଥିଲା।

ପାହାଡ଼ ଚଢ଼ିଲେ, ଗଛ ଉପରେ ପଢ଼ିଲେ ପିଲା

କରୋନା କାଳରେ ଅନଲାଇନ ପାଠ ପଢ଼ା ଚାଲିଥିଲେ ବି ସବୁଠି ପିଲା ଏହାର ସୁଯୋଗ ପାଇନଥିଲେ। ସମ୍ବଲପୁର, ରାୟଗଡ଼ା ଆଦି ଜିଲ୍ଲାରେ ନେଟଓ୍ୱାର୍କ ସମସ୍ୟା ଯୋଗୁଁ ପିଲା ପାହାଡ଼ରେ ଚଢ଼ି ଓ ଗଛରେ ଉପରେ ବସି ପାଠ ପଢ଼ୁଥିବା ଦେଖିବାକୁ ମିଳିଥିଲା।

ରାୟଗଡ଼ା ସଦର ବ୍ଲକ ଅଧିନ କନ୍ଧଖିଲମ ଗାଁର ସବୁ ବିଲା ପାଢ଼ ପଢ଼ିବାକୁ ପ୍ରତିଦିନ ୪ କିଲୋମିଟର ଚାଲି ଚାଲି ଯାଇ ଏକ ପାହାଡ଼ ଉପରେ ବସି ପାଠ ପଢ଼ୁଥିବା ଦୃଶ୍ୟ ସାମ୍ନାକୁ ଆସିଥିଲା। ସେହିପରି ସମ୍ବଲପୁରର ରେଙ୍ଗାଲି ବ୍ଳକର ଖିଣ୍ଡା ପଞ୍ଚାୟତରେ ଗଛ ଉପରେ ବସି ଛାତ୍ର ଅନ୍‍ଲାଇନରେ ପାଠ ପଢୁ ଥିବାର ଦେଖିବାକୁ ମିଳିଥିଲା।

The post ‘ଫିଜିକାଲ’ରୁ ‘ଡିଜିଟାଲ’ – ୨୦୨୦ରେ ବଦଳିଲା ଶିକ୍ଷା ପଦ୍ଧତି appeared first on OdishaLIVE.


Viewing all articles
Browse latest Browse all 11715

Trending Articles