Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲ୍ ଟୁର୍ଣ୍ଣାମେଣ୍ଟରେ ନିଜର ଜଲୱା ଦେଖାଇଥିବା ସ୍ପିନ୍ ବୋଲର ବରୁଣ ଚକ୍ରବର୍ତ୍ତୀ ହାତକୁ ଦି ହାତ ହୋଇଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ନେହା ଖେଦେକରଙ୍କ ସହ ବିବାହ ବନ୍ଧନରେ ଯୋଡ଼ି ହୋଇଛନ୍ତି। ଏହାପରେ ଏବେ ତାଙ୍କୁ କ୍ରିକେଟ ମହଲରୁ ଶୁଭେଚ୍ଛାର ସୁଅ ବୋହିବାରେ ଲାଗିଛି।

ବରୁଣ ଚକ୍ରବର୍ତ୍ତୀ ଆଇପିଏଲ ଦଳ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଏଥର ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ଯେଉଁଥିରେ ସେ ମୋଟ ୧୭ ୱିକେଟ୍ ନେବା ସହ ଚତ୍ମକାର ପ୍ରଦର୍ଶନ କରିଥିଲେ। ଏଥିପାଇଁ ତାଙ୍କୁ ଭାରତ ଓ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଦଳରେ ସାମିଲ କରାଯାଇଥିଲା। ହେଲେ ଆହତ ଜନିତ ସମସ୍ୟା ହେତୁ ସେ ଦଳରୁ ବାଦ୍ ପଡ଼ିଥିଲେ। ଏହାପରେ ସେ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ନେହାଙ୍କୁ ବିବାହ କରିଛନ୍ତି।ବରୁଣ ଓ ନେହାଙ୍କ ବିବାହ ଏହି ବର୍ଷ ଆରମ୍ଭରେ ହେବାକୁ ଥିଲା। କରୋନା ଓ ଲକଡାଉନ୍ ହେତୁ ଏହି ବିବାହ ହୋଇପାରିନଥିଲା। ଏହାପରେ ବରୁଣ ଆଇପିଏଲ୍ ପାଇଁ ବ୍ୟସ୍ତ ରହିଲେ। ଏହାପରେ ସେ ଆହତ ହେତୁ ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିବା ପରେ ଏହି ବିବାହ ଅନୁଷ୍ଠିତ ହୋଇଛି।

ବରୁଣଙ୍କ ବିବାହ ବେଳର ଏକ ଭିଡିଓକୁ କୋଲାକାତା ନାଇଟ୍ ରାଇଡର୍ସ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେଆର୍ କରିଛି। ଯେଉଁଥିରେ ବରୁଣ ବୋଲିଂ କରୁଥିବାବେଳେ ତାଙ୍କ ପତ୍ନୀ ବ୍ୟାଟିଂ କରୁଛନ୍ତି। ବରୁଣଙ୍କ ଏହି ଭିଡିଓକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି।

The post ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର ବରୁଣ ଚକ୍ରବର୍ତ୍ତୀ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images