Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସଂସଦ ଆକ୍ରମଣକୁ ପୂରିଲା ୧୯ ବର୍ଷ – ସଦିହଙ୍କୁ ଶ୍ରଦ୍ଧାଜ୍ଞଳି ଦେଲେ ପ୍ରଧାନମନ୍ତ୍ରୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଉପରେ ଆତତାୟୀଙ୍କ ଆକ୍ରମଣକୁ ପୂରିଛି ୧୯ ବର୍ଷ। ଠିକ୍ ଆଜିର ଦିନରେ ୫ ଜଣ ଆତଙ୍କବାଦୀ ଭାରତୀୟ ସଂସଦ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ସାଂସଦମାନଙ୍କୁ  ସୁରକ୍ଷା ଦେବାକୁ ଯାଇ ଦିଲ୍ଲୀ ପୋଲିସ ପାଞ୍ଚ ଜଣ ଅଫିସର, ଜଣେ ସିଆରପିଏଫ୍ ଯବାନ ଓ ଦୁଇ ଜଣ ଗାର୍ଡ ସହିଦ ହୋଇଥିଲେ।

ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୁଇଟ୍ କରି ଲେଖିଛନ୍ତି ଯେ, ୨୦୦୧ ମସିହାରେ ସଂସଦ ଉପରେ ହୋଇଥିବା ଆକ୍ରମଣକୁ ଆମେ କଦାପି ଭୁଲି ପାରିବା ନାହିଁ। ଏଥିରେ ସହିଦ ହୋଇଥିବା ଯବାନଙ୍କୁ ବୀରତ୍ୱ ଓ ବଳିଦାନ ପାଇଁ ସବୁଦିନ ମନେ ରଖାଯିବ। ଭାରତ ସଦା ସର୍ବଦା ସେମାନଙ୍କ ପାଖରେ ଋଣୀହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି।୨୦୦୧ ମସିହା ଡିସେମ୍ବର ମାସ ୧୩ ତାରିଖରେ ଜୈଶ-ଏ-ମହମ୍ମଦର ପାଞ୍ଚ ଜଣ ଆତଙ୍କବାଦୀ ସଂସଦ ପରିସରରେ ପଶିଯାଇଥିଲେ। ଏହାପରେ ସେଠାରେ ସେମାନେ ଗୁଳିବର୍ଷଣ କରିବାକୁ ଲାଗିଥିଲେ। ଯେଉଁଥିରେ ସଂସଦ ଭବନ ଓ ସାଂସଦଙ୍କୁ ରକ୍ଷା କରିବାକୁ ଯାଇ ଦିଲ୍ଲୀ ପୋଲିସର ୫ ଜଣ ଅଫିସର, ଜଣେ ସିଆରପିଏଫ୍ ଯବାନ ଓ ଦୁଇଜଣ ଗାର୍ଡଙ୍କର ମୃତ୍ୟୁ ହୋଇଥିଲା।

ଏହି ସମୟରେ ସଂସଦରେ ଶୀତ ଅଧିବେଶନ ଚାଲୁଥିଲା। ପାର୍ଲିଆମେଣ୍ଟ ଭିତରେ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ସମତେ ବିପକ୍ଷ ଦଳର ନେତା ସୋନିଆ ଗାନ୍ଧୀ ଓ ତମାମ ସାଂସଦମାନେ ରହିଥିଲେ। ଯାହାକୁ ରକ୍ଷା କରିବାକୁ ଯାଇ ଏହି ଯବାନମାନେ ସହିଦ ହୋଇଥିଲେ। ଏହି ଘଟଣାରେ ଦିଲ୍ଲୀ ପୋଲିସ ଆତଙ୍କବାଦୀ ଅଫଜଲ ଗୁରୁକୁ ଗିରଫ କରିଥିଲା। ପରେ କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲା। ୨୦୧୩ ମସିହା ଫେବ୍ରୁଆରି ୯ ତାରିଖରେ ତିହାର ଜେଲରେ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା।

The post ସଂସଦ ଆକ୍ରମଣକୁ ପୂରିଲା ୧୯ ବର୍ଷ – ସଦିହଙ୍କୁ ଶ୍ରଦ୍ଧାଜ୍ଞଳି ଦେଲେ ପ୍ରଧାନମନ୍ତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images