Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭାରତରେ କେମିତି ହେବ କରୋନା ଟିକାକରଣ?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ୱାସ୍ଥ୍ୟ କର୍ମୀଙ୍କ ତାଲିକା ପ୍ରସ୍ତୁତ ସହ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର।

ଏକାଧିକ ଫାର୍ମା କମ୍ପାନି ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗି ସାରିଛନ୍ତି। ଅନୁମତି ମିଳିବା ପରେ ତତକ୍ଷଣାତ ସାମୂହିକ ଟିକାକରଣ ଆରମ୍ଭ ହୋଇଯିବ। ଗୋଟିଏ ପଟେ ଟିକାର ନିରାପତ୍ତାକୁ ଯାଞ୍ଚ୍ କରୁଥିବାବେଳେ, ଭିତ୍ତିଭୂମିରେ ଯେମିତି ଆଦୌ ତ୍ରୁଟି ନ ହେବ ତା ଉପରେ କଡ଼ା ନଜର ରଖିଛନ୍ତି କେନ୍ଦ୍ର ସରକାର। ରାଜ୍ୟ ସରକାରମାନେ ମଧ୍ୟ ଏ କ୍ଷେତ୍ରରେ ପୂରା ସହଯୋଗ କରୁଛନ୍ତି। ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଏଥିପାଇଁ କାମରେ ଲଗାଯିବ ବୋଲି ପ୍ରାଥମିକ ସୂତ୍ରରୁ ସୂଚନା ମିଳିଛି।ସେରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ କୋଭିସିଲ୍ଡର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିସାରିଛି। ଅକ୍ସୋଫୋର୍ଡ ଆଷ୍ଟ୍ରେଜେନିକାର ଏହି ଟିକା ବହୁତ ପ୍ରଭାବଶାଳୀ ବୋଲି ଦାବି କରାଯିବା ସହ ଅନୁମତିକୁ ଅପେକ୍ଷା କରାଯାଇଛି। ସେହିପରି ଭାରତୀୟ ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ମଧ୍ୟ ଭାରତ ବାୟୋଟେକ୍ ମଧ୍ୟ ଅନୁମତି ମାଗିସାରିଛି। ତା’ ସହିତ ଆମେରିକାର ଟିକା ଫାଇଜର ପାଇଁ ମଧ୍ୟ କର୍ତ୍ତୃପକ୍ଷ ଜରୁରୀକାଳୀନ ଅନୁମତି ମାଗିସାରିଛନ୍ତି। ଗୋଟିଏ ପଟେ କେନ୍ଦ୍ର ସରକାର ଏହାର ଗୁଣବତ୍ତା ଓ ନିରାପତ୍ତା ନେଇ ଯାଞ୍ଚ କରୁଥିବା ବେଳେ ଟିକାକରଣ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ମଧ୍ୟ ଯାଞ୍ଚ କରୁଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ଏକ କୋଟି ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ଟିକା ମିଳିବ। ଯଦି ସବୁକିଛି ଠିକ୍ ଚାଲେ ତେବେ ନୂଆବର୍ଷ ଆରମ୍ଭରୁ ହିଁ ଏହି ପର୍ଯ୍ୟାୟର ସାମୂହିକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ଏହି ପରିସ୍ଥିତିରେ ଟିକାକରଣ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ।ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ୩ଟି ଅଲଗା ଅଲଗା କୋଠରୀର ବ୍ୟବସ୍ଥା ରହିବ। ଗୋଟିଏ କୋଠରୀରେ ଲୋକମାନେ ଅପେକ୍ଷା କରିବେ। ଅନ୍ୟ କୋଠରୀରେ ଟିକା ପ୍ରଦାନ କରାଯିବ। ଟିକା ନେବାର ତତକ୍ଷଣାତ କୋଣସି ବ୍ୟକ୍ତି ସେ ସ୍ଥାନ ଛାଡ଼ିଯିବେ ନାହିଁ। ଟିକା ନେଇ ସାରିବା ପରେ ଅଧଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଉଛି କି ନାହିଁ ତା ଉପରେ ନଜର ରଖିବେ ସ୍ୱାସ୍ଥ୍ୟ କର୍ମୀ। ଜଣେ ଟିକା ନେଇସାରିବାର ଅଧଘଣ୍ଟା ପରେ ଟିକା ନେଇଥିବ ବ୍ୟକ୍ତି ଓ ତାଙ୍କ ଉପରେ ଟିକାର କିଛି ଖରାପ ପ୍ରଭାବ ପଡ଼ିଛି କି ସେ ସମ୍ପର୍କିତ ତଥ୍ୟ ଟିକାକରଣ ଦାୟିତ୍ୱରେ ଥିବା କର୍ମଚାରୀ ଅପଲୋଡ୍ କରିବେ। ଗୋଟିଏ ଟିକାକରଣ କେନ୍ଦ୍ରରେ ଦିନକୁ ୧୦୦ ଜଣଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

ଟିକାକରଣରେ ନିୟୋଜିତ ହେବାକୁ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ପର୍କରେ ରାଜ୍ୟ ସରକାର କେନ୍ଦ୍ରକୁ ତଥ୍ୟ ଦେଇସାରିଛନ୍ତି। ସେହି ତଥ୍ୟ ସବୁ ଯାଞ୍ଚ ପରେ କୋଓ୍ୱିନ ଡିଜିଟାଲ ପ୍ଲାଟଫର୍ମରେ ଅପଲୋଡ୍ କରାଯିବ। ସେମାନଙ୍କ ସମ୍ପର୍କିତ ଡାଟା ଭେରିଫିକେସନ ପରେ ତାଲିକା ଚୂଡ଼ାନ୍ତ ହୋଇଯିବ। ସୂଚନା ଅନୁସାରେ ଟିକାଦେବା ପାଇଁ ୩ ଲକ୍ଷ ଏଏନଏମଙ୍କୁ ତାଲିକାଭୁକ୍ତ କରାଯାଇଛି।

ସେହିପରି ଟିକା ପରିବହନ ପାଇଁ ମଧ୍ୟ ବ୍ୟାପକ  ବ୍ୟବସ୍ଥା କରାଯାଇଛି। ତାପମାତ୍ରା ସମ୍ବେଦନଶୀଳ ଟିକାର ସଂରକ୍ଷଣ ଓ ସଂରକ୍ଷିତ କରି ପରିବହନ ପାଇଁ ବ୍ୟବସ୍ଥା ହୋଇସାରିଛି। ଦିଲ୍ଲୀ ଓ ହାଇଦ୍ରାବାଦ ସମେତ ଅନ୍ୟ ଏୟାରପୋର୍ଟ ପ୍ରସ୍ତୁତ ଅଛନ୍ତି। ଔଷଧ ସମ୍ପର୍କିତ ପରିବହନ ପାଇଁ ଉଦ୍ଦିଷ୍ଟ ସ୍ଥାନଗୁଡ଼ିକୁ ତାପମାତ୍ରା ସମ୍ବେଦନଶୀଳ କରାଯାଇଛି। ମାଇନସ ୨୦ ଡିଗ୍ରୀରୁ ଆରମ୍ଭ କରି ୨୫ ଡିଗ୍ରୀ ପର୍ଯ୍ୟନ୍ତ ତାମମାତ୍ରା ନିୟନ୍ତ୍ରଣ ସ୍ଥାନ ପ୍ରସ୍ତୁତ ହୋଇରହିଛି।

The post ଭାରତରେ କେମିତି ହେବ କରୋନା ଟିକାକରଣ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles