Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏଥର ଅନଲାଇନରେ ହେବ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କୋଭିଡ୍ କାରଣରୁ ଏଥର ଅନଲାଇନରେ ହେବ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ। ଏଥିରେ କେବଳ ଅଳ୍ପ କିଛି ଲୋକ ଅତିଥି ଭାବେ ଯୋଗେଦେବେ ବୋଲି ସୂଚନା ଦେଇଛନ୍ତି ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଜୋ ବାଇଡେନ୍।

ଶୁକ୍ରବାର ଆମେରିକାରେ ଆୟୋଜିତ ଏକ ବୈଠକରେ ଯୋଗଦେଇ ସେ କହିଛନ୍ତି ଯେ, ଜାନୁଆରି ୨୦ରେ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବ ଅନଲାଇନରେ ହେବ। ଏଥିରେ ଅଳ୍ପ କିଛି ବିଶିଷ୍ଟ ଅତିଥି ଯୋଗଦେବେ। କୋଭିଡ୍ କାରଣରୁ ଏଥର ଶପଥ ଗ୍ରହଣ ଉତ୍ସବ ଆଡମ୍ବରପୂର୍ଣ୍ଣ ହେବ ନାହିଁ ବୋଲି ଜୋ ବାଇଡେନ୍ କହିଛନ୍ତି।ତା’ସହିତ ସେ ରାଷ୍ଟପତି ଭାବେ ଶପଥ ନେବା ପରେ ସେ ଲୋକଙ୍କୁ ଆଗାମୀ ୧୦୦ ଦିନ ପାଇଁ ମାସ୍କ ପିନ୍ଧିବାକୁ ଅନୁରୋଧ କରିବେ। ଏହି ସମୟରେ ଟିକା ମଧ୍ୟ ଆସିଯାଇଥିବ,ତେଣୁ ଟିକାକରଣ ଓ ମାସ୍କ ପିନ୍ଧିବା ଦ୍ୱାରା କରୋନାକୁ ରୋକାଯାଇପାରିବ ବୋଲି ଜୋ ବାଇଡେନ୍ ଏହି ବୈଠକରେ କହିଛନ୍ତି।

ଅନ୍ୟପଟେ କୋଭିଡ୍ ଟିକାକରଣକୁ ନେଇ ମଧ୍ୟ ସେ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। କୋଭିଡ୍ ଟିକା ନେବା ପାଇଁ କାହାକୁ ବି ବାଧ୍ୟ କରାଯାଇପାରିବ ନାହିଁ। ଲୋକମାନେ ନିଜ ଇଚ୍ଛା ମୁତାବକ ଏହି ଟିକା ନେବେ। ସବୁ ଲୋକଙ୍କ ପାଖରେ କିପରି ଏହି ଟିକା ପହଞ୍ଚିପାରିବ ସେନେଇ ସରକାର ବିଭିନ୍ନ ପନ୍ଥା ଆପଣେଇବେ ବୋଲି ସେ କହିଛନ୍ତି।

ତା’ସହ ଟିକାକରଣ ପାଇଁ ଲୋକଙ୍କୁ ସଚେତନ କରିବା ପାଇଁ ସେ ପ୍ରଥମେ କୋଭିଡ୍ ଟିକା ଗ୍ରହଣ କରିବେ। ଏହାପୂର୍ବରୁ ଆମେରିକାର ତିନି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା, ଜର୍ଜ ବୁର୍ଶ ଓ ବିଲ୍ କ୍ଲିଣ୍ଟନ ମଧ୍ୟ ସର୍ବସାଧାରଣରେ ଟିକା ନେବାକୁ ଘୋଷଣା କରିଛନ୍ତି।

The post ଏଥର ଅନଲାଇନରେ ହେବ ଆମେରିକା ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images