Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୧୫ ଦିନ ପୂର୍ବରୁ କୋଭିଡ୍ ଟିକା ନେଇଥିବା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

‘କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ଟିକା ନେଇଥିବା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଜ ବିଜ୍‌ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁମାନେ ବି ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇ ନିଅନ୍ତୁ ବୋଲି ମନ୍ତ୍ରୀ ଟୁଇଟ କରି ସୂଚନା ଦେଇଛନ୍ତି।

ଗତ ନଭେମ୍ବର ୨୦ ତାରିଖରେ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହୋଇଥିଲା। ଏଥିରେ ପ୍ରାୟ ୨୬ ହଜାର ସ୍ୱେଚ୍ଛାସେବୀଙ୍କୁ  କରୋନା ଟିକା ଦିଆଯାଇଥିଲା। ଏହି ସ୍ୱେଚ୍ଛାସେବୀଙ୍କ ତାଲିକାରେ ମନ୍ତ୍ରୀ ଅନିଲ୍ ବିଜ୍‌ ମଧ୍ୟ ସାମିଲ ଥିଲେ।

ଅନିଲ ବିଜ୍‌ ଟିକାର ପ୍ରଥମ ଡୋଜ୍‌ ନେଇଛନ୍ତି। ୨୮ ଦିନ ପରେ  ତାଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଥାନ୍ତା। ଏହାପରେ ତାଙ୍କ ଶରୀରରେ ଆଣ୍ଟିବଡି  ତିଆରି ହୋଇଛି କି ନାହିଁ ଜଣାପଡ଼ିଥାନ୍ତା। କିନ୍ତୁ ଏହାପୂର୍ବରୁ ସେ କୋଭିଡ ଆକ୍ରାନ୍ତ ହୋଇଛନ୍ତି। ତେଣୁ ଟିକାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

The post ୧୫ ଦିନ ପୂର୍ବରୁ କୋଭିଡ୍ ଟିକା ନେଇଥିବା ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କରୋନା appeared first on OdishaLIVE.


Viewing all articles
Browse latest Browse all 11715

Trending Articles