Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ପରୀ’ମୃତ୍ୟୁ ଘଟଣା – ନୟାଗଡ଼ ଏସପି, ଜିଲ୍ଲାପାଳଙ୍କୁ ସମନ କଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ପାଞ୍ଚ ବର୍ଷର କୁନି ଝିଅ ‘ପରୀ’ର ମୃତ୍ୟୁକୁ ନେଇ ନୟାଗଡ଼ ଏସପିଙ୍କୁ ସମନ କରିଛନ୍ତି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ। ଡିସେମ୍ବର ୯ ତାରିଖରେ ଭିଡିଓ କନଫରେନ୍ସ ଜରିଆରେ ହାଜର ହୋଇ ତାଙ୍କୁ ଜବାବ ରଖିବାକୁ କୁହାଯାଇଛି।

ନୟାଗଡ଼ ଏସପି ପ୍ରତ୍ୟୁଷ ଦିବାକରଙ୍କ ସହ ନୟାଗଡ଼ ଜିଲ୍ଲାପାଳଙ୍କୁ ମଧ୍ୟ ସମନ କରାଯାଇଛି। ଏମାନେ ଦୁଇ ଜଣ ବ୍ୟକ୍ତିଗତ ଭାବେ ହାଜର ହୋଇ ଆୟୋଗ ଆଗରେ ଜବାବ ରଖିବେ ବୋଲି କୁହାଯାଇଛି। ଜାତୀୟ ଶିଶୁ ଅଧିକାର ଆୟୋଗକଙ୍କ ଏହି ନିଷ୍ପତ୍ତିରେ ଖୁସି ହୋଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବିତ ପାତ୍ର ଗତ ନଭେମ୍ବର ୩୦ ତାରିଖରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ପରୀ ମୃତ୍ୟୁର ତଦନ୍ତ କରିବା ପାଇଁ ନିବେଦନ କରିଥିଲେ। ଏସମ୍ପର୍କିତ ଏକ ସ୍ମାରକପତ୍ର ମଧ୍ୟ ସେ ଆୟୋଗର ଅଧ୍ୟକ୍ଷଙ୍କୁ ଦେଇଥିଲେ।

ଏହି ସମୟରେ ସେ କହିଥିଲେ ଯେ, ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ନିରବ ଅଛନ୍ତି। ପୋଲିସ ମଧ୍ୟ ସେଭଳି କୌଣସି ତଦନ୍ତ ଅଭିଯାନ ଚଳାଇନି। ଏହାକୁ ଏକ ସୁଚିନ୍ତିତ ହତ୍ୟା ବୋଲି କହିଥିଲେ ସମ୍ବିତ ପାତ୍ର। ସମ୍ବିତଙ୍କ ଏହି ପତ୍ର ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆଜି ଏହି ସମନ ଜାରି କରିଛନ୍ତି।

ନୟାଗଡ଼ର ପାଞ୍ଚ ବର୍ଷର ଝିଅ ‘ପରୀ’ ମୃତ୍ୟୁକୁ ନେଇ ଏବେ ବିଜେଡିକୁ ଟାର୍ଗେଟ କରିବାରେ ଲାଗିଛି। ଏହି ଘଟଣାର ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କର ମଧ୍ୟ ଇସ୍ତଫା ଦାବି କରାଯାଉଛି। ଶୁକ୍ରବାର ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟମାନେ ମଧ୍ୟ ମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିବା ସହ ତାଙ୍କର ବହିଷ୍କାର ଦାବି କରିଥିଲେ।

The post ‘ପରୀ’ ମୃତ୍ୟୁ ଘଟଣା – ନୟାଗଡ଼ ଏସପି, ଜିଲ୍ଲାପାଳଙ୍କୁ ସମନ କଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ appeared first on OdishaLIVE.


Viewing all articles
Browse latest Browse all 11715

Trending Articles