Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସିନେମା ହଲ୍‌ରୁ ତାଲା ଖୋଲିଲେ କେନ୍ଦ୍ର ସରକାର, ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସୋ’

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନଲକ୍ ୫ର ଗାଇଡଲାଇନ ଜାରି କରିଛନ୍ତି। ନୂଆକରି ଜାରି ହୋଇଥିବା ଏହି ଗାଇଡଲାଇନରେ ସରକାର ଦେଶରେ ସିନେମା ହଲ୍ ଏବଂ ଥିଏଟର୍ ଖୋଲିବାକୁ ଅନୁମତି ଦେଇଛନ୍ତି। ଅକ୍ଟୋବର ୧୫ରୁ ଦେଶରେ ୫୦ ପ୍ରତିଶତ ଦର୍ଶକରେ ସିନେମା ହଲ୍ ଏବଂ ଥିଏଟର୍ ଖୋଲାଯାଇ ପାରିବ।

କରୋନା କଟକଣା ପାଇଁ ଦୀର୍ଘ ୬ ମାସ ଧରି ଦେଶରେ ସମସ୍ତ ସିନେମା ହଲ୍ ଏବଂ ଥିଏଟର୍ ବନ୍ଦ ରହିଛି। ଧୀରେ ଧୀରେ ଅନଲକ କରି ସରକାର କରୋନା ଗାଇଡଲାଇନ ମଧ୍ୟରେ ସପିଂ ମଲ୍ ଏବଂ ଜିମ୍‌ ଆଦିକୁ ଖୋଲିବାକୁ ଅନୁମତି ଦେଇଥିଲେ। ମାତ୍ର ସିନେମା ହଲ୍ ଏବଂ ଥିଏଟର୍ ଆଦିକୁ ବନ୍ଦ ରଖିଥିଲେ।

ତେବେ ଅକ୍ଟୋବର ପହିଲାରୁ ଦେଶରେ ଆରମ୍ଭ ହେବାକୁ ଥିବା ଅନଲକ ୫.୦ର ଗାଇଡଲାଇନ ଜାରି କରି ଅକ୍ଟୋବର ୧୫ରୁ ଦେଶରେ ସମସ୍ତ ସିନେମା ହଲ୍ ଏବଂ ଥିଏଟର୍‌ ଆଦିକୁ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।କରୋନା ନିୟମକୁ ପାଳନ କରାଯାଇ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଦେଶରେ ସିନେମା ହଲ୍ ଏବଂ ଥିଏଟର୍‌ଗୁଡ଼ିକୁ ଖୋଲାଯାଇ ପାରିବ। ଏଥିପାଇଁ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏସ୍‌ଓପି ଜାରି କରିବେ। ତେବେ କଣ୍ଟେନମେଣ୍ଟ୍ ଜୋନ୍‌ରେ ସିନେମା ହଲ୍ ଏବଂ ଥିଏଟର୍ ଖୋଲାଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

The post ସିନେମା ହଲ୍‌ରୁ ତାଲା ଖୋଲିଲେ କେନ୍ଦ୍ର ସରକାର, ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସୋ’ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images