Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ପ୍ରକାଶ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ସିବିଏସଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ କରି ସୂଚନା ଦେଇଛନ୍ତି।

ପିଲାମାନେ cbseresults.nic.in ୱେବସାଇଟ୍ ଜରିଆରେ ନିଜର ରେଜଲ୍ଟ ଦେଖିପାରିବେ ବୋଲି ସେ ଟୁଇଟ କରି ଲେଖିଛନ୍ତି। ଏଥିସହ ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଏଥରର ଛାତ୍ରମାନଙ୍କର ପାସହାର୍ ୮୮.୭୮ ପ୍ରତିଶତ ଥିବାବେଳେ ଛାତ୍ରୀମାନଙ୍କର ପାସହାର ୯୨.୧୫ ପ୍ରତିଶତ ରହିଛି।

CGU newଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର କେତୋଟି ବିଷୟ ପରୀକ୍ଷା ହୋଇପାରିନଥିଲା। ଲକଡାଉନ୍ ଓ କରୋନା କାରଣରୁ ଏହି ପରୀକ୍ଷାକୁ ବାତିଲ୍ କରିଦିଆଯାଇଥିଲା। ଏହି ବିଷୟରେ ପିଲାମାନଙ୍କୁ ଆଭରେଜ୍ ମାର୍କ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା।

The post ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେଜଲ୍ଟ ପ୍ରକାଶ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images