Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁଲାଇ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ। ବର୍ତ୍ତମାନ ସୁଦ୍ଧା ଖାତା ଦେଖା ସରିଛି ଏବଂ ଟାବୁଲେସନ ପକ୍ରିୟା ଜାରି ରହିଛି। ତେଣୁ ଖୁବଶୀଘ୍ର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ କହିଛନ୍ତି ଯେ, ମାଟ୍ରିକ ପରୀକ୍ଷା ଖାତା ଦେଖା ସରିଯାଇଛି। ବର୍ତ୍ତମାନ ଟାବୁଲେସନ ଚାଲିଛି। ଜୁଲାଇ ୩୧ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ରେଜଲ୍ଟ ଘୋଷଣା କରାଯିବ। ତେବେ କେବେ ଘୋଷଣା କରାଯିବା ତାହା ଆଉ କିଛି ଦିନ ପରେ କୁହାଯିବ ବୋଲି ମନ୍ତ୍ରୀ କହିଛନ୍ତି।CGU newଅନ୍ୟପଟେ ଯୁକ୍ତ ଦୁଇ ଖାତା ଦେଖାରେ ବ୍ୟାପକ ଅସୁବିଧା ହେଉଥିବା ମନ୍ତ୍ରୀ କହିଛନ୍ତି। ଲକଡାଉନ୍ ଓ କରୋନା କାରଣରୁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସିପାରୁନାହାନ୍ତି ବୋଲି ସେ କହିଛନ୍ତି। ଏନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ମୁଖ୍ୟ ସଚିବଙ୍କୁ ସେ ଚିଠି ଲେଖିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଚଳିତବର୍ଷ ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ଭିତରେ ମାଟ୍ରିକ ପରୀକ୍ଷା କରାଯାଇଥିଲା। ଯାହାର ରେଜଲ୍ଟ ଆଜି ସୁଦ୍ଧା ପ୍ରକାଶ ପାଇନାହିଁ। ଜୁଲାଇ ୩୧ ତାରିଖ ଭିତରେ ଏହି ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହାଯାଇଛି।

The post ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images