ଓଡ଼ିଶାଲାଇଭ୍ ବ୍ୟୁରୋ![]()
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନ୍ଏସି ଅଞ୍ଚଳକୁ ଲକଡାଉନ୍ ଘୋଷଣା କରାଯାଇଛି। ଏହି ଲକଡାଉନ ଜୁଲାଇ ୧୩ ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ।
ଆଜି ମାଲକାନଗିରି ଜିଲ୍ଲାରୁ ୩୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଛି। ଆଜି ଚିହ୍ନଟ ହୋଇଥିବା ୩୬ ଜଣଙ୍କ ମଧ୍ୟରୁ ମାଲକାନଗିରି ମ୍ୟୁନିସିପାଲିଟିରୁ ୨୦ ଜଣ, ବାଲିମେଳା ଏନ୍ଏସିରୁ ୧୫, ଏବଂ ଖଇରପୁଟ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବତ୍ତର୍ମାନ ସୁଦ୍ଧା ମାଲକାନଗିରିରେ ମୋଟ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୧ ଜଣ ସୁସ୍ଥ ହୋଇଥିଲା ଥିଲା ବେଳେ ୬୯ ଆକ୍ଟିଭ କେସ ରହିଛି।
The post ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା NAC ସପ୍ତାହେ ଯାଏଁ ଲକଡାଉନ୍ appeared first on OdishaLIVE.