Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିକାଶ ଦୁବେକୁ ଉଜ୍ଜୈନରୁ କାନପୁର ଆଣୁଥିବା ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ୍

$
0
0

ଓଡିଶାଲାଇଭ୍ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଉଜ୍ଜୈନରୁ କାନପୁର ଆଣିବାକୁ ଯାଇଥିବା ପୋଲିସ ଟିମର ଜଣେ କନେଷ୍ଟବଳ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ବିକାଶ ଦୁବେକୁ ଉଜ୍ଜୈନ ନେବାବେଳେ ଯେଉଁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେଥିରେ ସମ୍ପୃକ୍ତ କନେଷ୍ଟବଳ ଥିଲେ। ସେଥିରେ ବିକାଶ ଦୁବେ ବ୍ୟତୀତ ଆଉ ୪ ଜଣ ପୋଲିସ କର୍ମଚାରୀ ଥିଲେ ବୋଲି ସୂଚନା ମିଳିଛି।

ସଂକ୍ରମିତ ହୋଇଥିବା କନେଷ୍ଟବଳ ଜଣଙ୍କ ଦୁର୍ଘଟଣାରେ ଆହତ ହୋଇଥିଲେ। ହସ୍ପିଟାଲରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଶନିବାର ରାତିରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ତାଙ୍କ ସମ୍ପର୍କରେ ଆସିଥିବା ୪ ପୋଲିସ କର୍ମଚାରୀ ଏବଂ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ବଢ଼ିଯାଇଛି।CGU newଗ୍ୟାଙ୍ଗଷ୍ଟର ବିକାଶ ଦୁବେ କାନପୁରରେ ୮ ଜଣ ପୋଲିସଙ୍କୁ ଗୁଳି କରି ହତ୍ୟା କରିବା ପରେ ମଧ୍ୟ ପ୍ରଦେଶର ଉଜ୍ଜୈନକୁ ପଳାଇଥିଲା। ଏହାପରେ ତାକୁ ଉଜ୍ଜୈନର ମହାକାଳ ମନ୍ଦିରରୁ ଗିରଫ କରାଯାଇଥିଲା। ବିକାଶକୁ ଉଜ୍ଜୈନରୁ କାନପୁର ଆଣିବା ପାଇଁ ଉତ୍ତରପ୍ରଦେଶ ପୋଲିସ ଏବଂ ଏସଟିଏଫର ଗୋଟିଏ ଟିମ୍ ନିୟୋଜିତ ହୋଇଥିଲା। କିନ୍ତୁ ତାକୁ ଉଜ୍ଜୈନରୁ କାନପୁର ଆଣିବା ବାଟରେ ଗାଡ଼ିଟି ଓଲଟି ପଡ଼ିଥିଲା। ଏହାର ସୁଯୋଗ ନେଇ ବିକାଶ ଫେରାର ହେବାକୁ ଚେଷ୍ଟା କରିବାବେଳେ ଉତ୍ତରପ୍ରଦେଶ ପୋଲିସ ଏବଂ ଏସଟିଏଫର ଏନକାଉଣ୍ଟରରେ ପ୍ରାଣ ହରାଇଥିଲା।

The post ବିକାଶ ଦୁବେକୁ ଉଜ୍ଜୈନରୁ କାନପୁର ଆଣୁଥିବା ଜଣେ ପୋଲିସ କର୍ମଚାରୀ କରୋନା ପଜିଟିଭ୍ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images