ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରାର ଅନ୍ତିମ ପର୍ବରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଆରମ୍ଭ ହୋଇଛି। ରଥକୁ ଛାଡ଼ି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତମାନେ ପ୍ରଥମେ ମଦନମୋହନ ଓ ରାମକୃଷ୍ଣଙ୍କୁ ରଥରୁ ନେଇ ଶ୍ରୀମନ୍ଦିର ଭିତରକୁ ବିଜେ କରାଇଛନ୍ତି।
ଏହାପରେ ଚକ୍ରରାଜ ସୁଦର୍ଶନ, ବଳଭଦ୍ର,ଦେବୀ ସୁଭଦ୍ରା ଓ କାଳିଆ ଠାକୁରଙ୍କ ପହଣ୍ଡି ଆରମ୍ଭ ହେବ। ଗୋଟି ପହଣ୍ଡିରେ ମହାପ୍ରଭୁଙ୍କୁ ନେଇ ସେବାୟତମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ବିଜେ କରାଇବେ।ଜଗନ୍ନାଥଙ୍କ ପହଣ୍ଡି ବିଜେ କରି ଚାର ଉପରକୁ ଆସିଲେ ଲକ୍ଷ୍ମୀ ଠାକୁରାଣୀ ଭେଟ ମଣ୍ଡପକୁ ଆସିଥାନ୍ତି। ସେଠାରେ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ପରସ୍ପରକୁ ଭେଟିଥାନ୍ତି। ଏହି ସମୟରେ ପରମ୍ପରା ଅନୁଯାୟୀ କିଛି ସମୟ ପାଇଁ ସିଂହଦ୍ୱାରକୁ ବନ୍ଦ କରାଯାଇଥାଏ। ଏହାପରେ ଲକ୍ଷ୍ମୀଠାକୁରାଣୀଙ୍କ ମାନଭଞ୍ଜନ ପାଇଁ ମହାପ୍ରଭୁ ରସଗୋଲା ଭେଟିଦେଇଥାନ୍ତି। ଏହାପରେ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନବେଦୀରେ ବିଜେ କରିଥାନ୍ତି।
The post ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ – ଦେଖନ୍ତୁ, ସିଧାପ୍ରସାରଣ appeared first on OdishaLIVE.