Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

୨୨ ଶହ ଟଙ୍କାରେ କରୋନା ଟେଷ୍ଟିଂ, ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବକୁ ଅନୁମତି

$
0
0

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

୨୨ ଶହ ଟଙ୍କାରେ କରିହେବ କରୋନା ଟେଷ୍ଟିଂ। ରାଜ୍ୟର ୪ଟି ଘରୋଇ ହସ୍ପିଟାଲରେ ଲୋକମାନେ ଟଙ୍କା ଦେଇ କରୋନା ନମୁନା ପରୀକ୍ଷା କରିପାରିବେ। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫି’ ଧାର୍ଯ୍ୟ କରାଯାଇଛି।

ରାଜ୍ୟର ୪ଟି ହସ୍ପିଟାଲକୁ ଏଥିପାଇଁ ଆଇସିଏମଆର୍ ଅନୁମତି ପ୍ରଦାନ କରିଛି। ଏଗୁଡ଼ିକ ହେଲେ ସମ୍ ହସ୍ପିଟାଲ, ଆପୋଲୋ ହସ୍ପିଟାଲ, ଜେନେଏକ୍ସ ଡାଇଗ୍ନୋଷ୍ଟିକ୍ ଓ ଆଇଏନଡିଏନଏ ଲାଇଫ୍ ସାଇନ୍ସ। ଏଠାର ଲୋକ ଟଙ୍କା ଦେଇ ଆରଟିପିସିଆର ଟେଷ୍ଟ କରିପାରିବେ ବୋଲି କୁହାଯାଇଛି।

ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲୋକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକ ଇଚ୍ଛା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ତେଣୁ ଏହାକୁ ଲକ୍ଷ୍ୟ କରାଯାଇ ଘରୋଇ ଲ୍ୟାବରେ କରୋନା ଟେଷ୍ଟିଂ ପାଇଁ ସ୍ୱାସ୍ଥ୍ୟ ବିଭାଗ ଫି’ ଧାର୍ଯ୍ୟ କରିଛି।

The post ୨୨ ଶହ ଟଙ୍କାରେ କରୋନା ଟେଷ୍ଟିଂ, ଭୁବନେଶ୍ୱରର ୪ଟି ଘରୋଇ ଲ୍ୟାବକୁ ଅନୁମତି appeared first on OdishaLIVE.


Viewing all articles
Browse latest Browse all 11715

Trending Articles