Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭୁବନେଶ୍ଵରରୁ ଆଉ ୩୮ ପଜିଟିଭ୍‌ ଚିହ୍ନଟ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ଆଜି ସର୍ବାଧିକ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୮ ପଜିଟିଭ୍‌ ମଧ୍ୟରୁ ୨୫ ହୋମ୍‌ କ୍ଵାରେଣ୍ଟାଇନ୍‌ ଓ ୧୩ ଲୋକାଲ କେସ୍‌। ଏନେଇ ଭୁବନେଶ୍ଵରର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଚିହ୍ନଟ ହୋଇଥିବା ୧୩ ଲୋକାଲ ମଧ୍ୟରୁ ୪ଜଣ ଶିରିପୁର ଲକ୍ଷୀବଜାର ଅଞ୍ଚଳର, ଅନଵ୍ୟ ଜଣେ ଚକେଇସିଆଣି ହାଡ଼ବାଇ ବସ୍ତିର, ଘରୋଇ ହସ୍ପିଟାଲରୁ ୩ ଜଣ କର୍ମଚାରୀ ଚିହ୍ନଟ। ସେହିପରି ଅନ୍ୟ ଦୁଇ ଜଣ ଘରୋଇ ଓ ସରକାରୀ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି। ଆଉ ଜଣେ ମଞ୍ଚେଶ୍ଵର ଓ ଭିଏସ୍‌ଏସ୍‌ ନଗର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ସେହିପରି ୨୫ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌ ମଧ୍ୟରୁ ୫ ଜଣ ଜୟଦେବ ବହାରରୁ, ୧୬ ଜଣ ମଞ୍ଚେଶ୍ଵରରୁ, ୨ ଜଣ ୟୁନିଟ ୮ରୁ, ଜଣେ ୟୁନିଟ ୬ରୁ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ୧୪ ଜଣ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରିଛନ୍ତି।

ଏହାସହ ବର୍ତ୍ତମାନ ଭୁବନେଶ୍ଵରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୮ରେ ପହଞ୍ଚିଛି। ୧୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨୭ ଜଣ ସକ୍ରିୟ ରହିଛନ୍ତି।

The post ଭୁବନେଶ୍ଵରରୁ ଆଉ ୩୮ ପଜିଟିଭ୍‌ ଚିହ୍ନଟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles