Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଗୁଣ୍ଡିଚା ମନ୍ଦିରରେ ମିଳିଲା ମହାପ୍ରଭୁଙ୍କ ଆଡ଼ପ ଅବଢ଼ା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁଣ୍ଡିଚା ମନ୍ଦିରରୁ ବାହାରିଲା ଆଡ଼ପ ଅବଢ଼ା। ଗତକାଲି ମହାପ୍ରଭୁ ରଥରୁ ଯାଇ ଆଡ଼ପ ମଣ୍ଡପରେ ବିଜେ ହୋଇଛନ୍ତି। ତେଣୁ  ଆଜିଠୁ ମହାପ୍ରଭୁଙ୍କ ପାଖରେ ଆଡ଼ପ ଅବଢ଼ା ଭୋଗ ହୋଇଛି।

କରୋନା କଟକଣା ଯୋଗୁଁ ଚଳିତ ଥର ସୀମିତ ପରିମାଣର ଆଡ଼ପ ଅବଢ଼ା ରନ୍ଧା ଯାଇଛି। ସାଧାରଣ ଭକ୍ତମାନେ କିନ୍ତୁ ଏହି ଆଡ଼ପ ଅବଢ଼ା ପାଇବାରୁ ବଞ୍ଚିତ ହୋଇଛନ୍ତି। ତେବେ କେବଳ ପୁରୀବାସୀଙ୍କ ପାଖରେ ଏହି ଅବଢ଼ା ପହଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ପୁରୀ ବସ ଷ୍ଟାଣ୍ଡ ନିକଟରେ ଏଥିପାଇଁ ଏକ ଷ୍ଟଲ ଖୋଲାଯାଇଛି। ଏଠାକୁ ଆସି ଭକ୍ତମାନେ ଅର୍ଡର କଲେ ସେମାନଙ୍କୁ ଆଡ଼ପ ଅବଢ଼ା ମିଳିପାରିବ ବୋଲି କୁହାଯାଇଛି।

ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ରହିବା ସମୟରେ ସେଠାରୁ ଏହି ଆଡ଼ପ ଅବଢ଼ା ମିଳିଥାଏ। ମହାପ୍ରଭୁଙ୍କ ଏହି ୭ ଦିନ ରହଣି ମଧ୍ୟରେ ଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ମିଳିଥାଏ।

The post ଗୁଣ୍ଡିଚା ମନ୍ଦିରରେ ମିଳିଲା ମହାପ୍ରଭୁଙ୍କ ଆଡ଼ପ ଅବଢ଼ା appeared first on OdishaLIVE.


Viewing all articles
Browse latest Browse all 11715

Trending Articles